ବାଲିଗୁଡା ରେ ନୂତନ ଏସଡିପିଓ ଙ୍କ ଯୋଗଦାନ

Spread the love

ବାଲିଗୁଡା,୨୩/୬/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନୂତନ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି | ୟଶ ପ୍ରତାପ ହେଉଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l  ପ୍ରୋବେସନାରୀ ଟ୍ରେନିଂ ଯାଜପୁର ଜିଲ୍ଲାରେ କାର୍ଯ୍ୟ କରିଥିଲେ | ରାଜ୍ୟ ସରକାରଙ୍କ ଜରିଆରେ ଏସଡିପିଓ ଶ୍ରୀ ମଲଙ୍କ ପ୍ରଥମ ପୋଷ୍ଟିଙ୍ଗ କେସିଙ୍ଗା ଏସଡିପିଓ ଭାବରେ ନିଯୁକ୍ତି ହୋଇଥିଲେ | ସେଠାରୁ ବଦଳି ହୋଇ ସେ ବାଲିଗୁଡା ଏସଡିପିଓ ରୂପେ ଯୋଗଦାନ ପରେ ବାଲିଗୁଡା ଉପଖଣ୍ଡ ରେ ଆଇନ ଶୃଙ୍ଖଳା, ମାଓ ସମସ୍ୟା, ସମେତ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ପ୍ରାଥମିକତା ଦେଇ କାର୍ଯ୍ୟ କରିବେ ବୋଲି ନିଜ ସାକ୍ଷାତ ଆଲୋଚନାରେ ସୂଚନା ଦେଇଛନ୍ତି | ବାଲିଗୁଡା ରେ ଏସଡିପିଓ ଭାବରେ ଯୋଗଦାନ କରିବା ପରେ  ଆଜି ସେ କୋଟଗଡ ଥାନା ପରିଦର୍ଶନ କରି ଫେରିଛନ୍ତି  l

Related Posts

About The Author

Add Comment