ଧାନ ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଚାଷୀମାନେ ୨୦/୨୫ଦିନ ହେବ ଧାନମଣ୍ଡିରେ ଧାନ ଦେଇ ଅଦ୍ୟାବଧି ଟଙ୍କା ପାଇନାହାଁନ୍ତି

Spread the love

ଯାଜପୁର, ୨୭/୨- ଚଳିତ ବର୍ଷ ଧାନମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା ଟୋକନ ଅବଧି ସରିଯାଉଥିଲେ ସୁଦ୍ଧା ଯୋଗାଣ ବିଭାଗ କିମ୍ବା ଆର.ଏମ୍‌.ସି ଚାଷୀକଥା ବୁଝୁନାହାଁନ୍ତି । ଯେଉଁମାନେ ଧାନ ମଣ୍ଡିରେ ଧାନ ଦେଇଛନ୍ତି ସେଥିରେ ମନଇଚ୍ଛା ମିଲରମାନେ କଟନି ଛଟନି କରୁଛନ୍ତି । ଅଖା ଫେରାଉନାହାଁନ୍ତି କିମ୍ବା ଅଖା ବାବଦକୁ ଟଙ୍କା ଚାଷୀଙ୍କୁ ଦେଉନାହାଁନ୍ତି । ଯେଉଁମାନେ ପୂର୍ବରୁ ଧାନ ଦେଇଛନ୍ତି ୨୦/୨୫ଦିନ ହେବ ଧାନ ଟଙ୍କା ପାଇ ପାରୁନାହାଁନ୍ତି । ଓଡ଼ିଶା ସରକାର କ’ଣ ଦେବାଳିଆ ହୋଇଗଲେଣି କି ବୋଲି ଚାଷୀମାନେ ଭାବୁଛନ୍ତି । ହକି ଖେଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଦେଉଛନ୍ତି ଅଥଚ ଚାଷୀଙ୍କୁ ଧାନଟଙ୍କା ଦେଇ ପାରୁନାହାଁନ୍ତି । ଚାଷୀଙ୍କ ବିଷୟରେ ତୁରନ୍ତ ବିହୀତ ପଦକ୍ଷେପ ନେଇ ଏହାର ସମାଧାନ କରିବାକୁ ଜିଲ୍ଲା କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା ଉପଭୋକ୍ତା ସମିତିର ସଭାପତି ଦିଗାମ୍ବର କର ଜିଲ୍ଲାପାଳ ଯାଜପୁରଙ୍କ ଠାରେ ଦୃଢ଼ ଦାବି କରିଛନ୍ତି ।

Related Posts

About The Author

Add Comment