ଭଦ୍ରକରେ ଭାରତୀୟ ଜନତା ପାର୍ଟି ତରଫ ରୁ ଅରାଜକତା ହଟାଓ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାରେ ଯୋଗ ଦେଇଥିଲେ ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ। ବାହ୍ୟ ରାଷ୍ଟ୍ର ହେଇ କିମ୍ବା ନିଜ ଦେଶ ଭିତରୁ କୁଚକ୍ରି ଗୋଷ୍ଠୀ, ଅରାଜକତା ସୃଷ୍ଟି କରି ଆମ ଗଣତନ୍ତ୍ର କୁ ନଷ୍ଟ କରି ଏକଛତ୍ରବାଦ ଶାସନ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ଶ୍ରୀଯୁକ୍ତ ସାମଲ ପ୍ରକାଶ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସୁରଜ୍ ସୂର୍ଯ୍ୟବଂଶୀ ଏହି କୂଚକ୍ରି ଙ୍କ ଉଦ୍ଦେଶ୍ୟ କୁ ସଫଳ କରିବାକୁ ଦିଆ ଯିବ ନାହିଁ ବୋଲି ପ୍ରକସ କରି ଥିଲେ। ହଜାର ହଜାର ବିଜେପି ନେତା, କର୍ମୀ ଏକ ବିରାଟ ପଟୁଆର ରେ ସହର ପରିକ୍ରମା କରିଥିଲେ। ଯେଉଁ ବିଜେପି ନେତା ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସେମାନେ ହେଲେ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା,ବରିଷ୍ଠ ବିଜେପି ନେତା ରଘୁନାଥ ଲେଙ୍କା, ଅଶୋକ କୁମାର ପୁହାଣ, ଉଷା କାନ୍ତ ନାୟକ, ପ୍ରମୁଖ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ସହଯୋଗ କରିଥଲେ
ଭଦ୍ରକ ବିଜେପି ପକ୍ଷରୁ ଅରାଜକତା ହଟାଓ ଗଣତନ୍ତ୍ର ବଞ୍ଚାଅ ପଦଯାତ୍ରାରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ।
|
November 28, 2026 |



