ସ୍ୱପ୍ନେଶ୍ୱର ମହାଦେବଙ୍କ ପିଠରେ ବିଶ୍ୱଶାନ୍ତି ମହାଯଜ୍ଞ

Spread the love

ଯାଜପୁର ସଦର, ୧୮/୦୪/୨୨ (ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଜୟସିଂହଡ଼ା ଗ୍ରାମର ଆରଧ୍ୟ ଦେବତା ବାବା ସ୍ୱପ୍ନେଶ୍ୱର ମହାଦେବଙ୍କ ପିଠରେ ବିଶ୍ୱର କଲ୍ୟାଣ ପାଇଁ ୯ ଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଟିତ କରାଯାଇଥିଲା । ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଯଜ୍ଞ ମଣ୍ଡପ ପରିଶରରେ ଯଜ୍ଞ କାର୍ଯ୍ୟ କରାଯିବା ସହିତ ପଣ୍ଡିତ ମାନଙ୍କୁ ବରଣ କରାଯାଇଥିଲା । ଏହି ପରିପ୍ରେକ୍ଷିରେ ଯଜ୍ଞର ଅୟୋଜକ ମାନେ ଯଜ୍ଞ କାର୍ଯ୍ୟ କରାଯିବା ପାଇଁ ୫ଟି ପଂଚାୟତର ଗ୍ରାମବାସୀଙ୍କ ସାହାଯ୍ୟ ସହଯୋଗରେ ଯଜ୍ଞକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ୮ ଦିନ ଧରି ଯଜ୍ଞ କାର୍ଯ୍ୟ ଚାଲୁଥିବା ବେଳେ, ଆଜି ଥିଲା ଯଜ୍ଞର ପୁର୍ଣ୍ଣହୁତି ୯ଦିନ ଧରି ଚାଲିଥିବା ଯଜ୍ଞର ଉଜ୍ଜାପନ ଦିବସ । ରାମଚରିତ ମାନସ ପାରାୟନ ପରିଶରରେ ବରିଷ୍ଠ ପଣ୍ଡିତ ଲାଲବିହାରୀ ଦାଶଙ୍କ ତତ୍ୱାବଧାନରେ ଯଜ୍ଞ ମଣ୍ଡପ ପରିଶରରେ ଘଟସ୍ଥାପନ କରାଯିବା ସହିତ ଯଜ୍ଞ କୁଣ୍ଡରେ ଅଗ୍ନି ସ୍ଥାପନ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଗୋପୂଜା କରାଯାଇ ରାମଚରିତ ମାନସ ପାରାୟଣ ପାଠ କରାଯାଇ ଅନ୍ତିମ ଦିବସରେ ଯଜ୍ଞର ସମାପନ କାର୍ଯ୍ୟ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସଂଧ୍ୟା ପରିବେଶଣ କରାଯିବା ସହିତ ଜୟସିଂହଡ଼ା ଗ୍ରାମବାସୀ ମାନଙ୍କ ତତ୍ୱାବଧାନରେ ୯ ଦିନ ଧରି ଯଜ୍ଞକାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଏହି ବିଶ୍ୱଶାନ୍ତି ମହାଯଜ୍ଞଙ୍କୁ ଦେଖିବା ପାଇଁ ଶହ ଶହ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା । ଯଜ୍ଞଉପଲକ୍ଷେ ଡେ ନାଇଟ କ୍ରିକେଟ ଖେଳ ଅନୁଷ୍ଟିତ ହୋଇଥିଲା ।

Related Posts

About The Author

Add Comment