ଯାଜପୁର, ୦୮/୧୦/୨୦୨୧ (ସନ୍ଧାନ ନିଉଜ) : ପ୍ରତ୍ୟେକ ସରକାରୀ ଯୋଜନା ସାଧାରଣ ଲୋକଙ୍କର ବିକାଶ ଓ ସାମଗ୍ରିକ ଉନ୍ନୟନ ପାଇଁ ପ୍ରଣୟନ ହୋଇଥାଏ । ତେଣୁ ଏହାର ସଠିକ କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବାକୁ କମିଟିର ଅଧ୍ୟକ୍ଷ ମାନ୍ୟବର ଜିଲ୍ଳ୍ା ପରିଷଦ ସଭ୍ୟ ଅରବିନ୍ଦ ସାମଲ ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ା ପରିଷଦ ୭ମ ସ୍ଥାୟୀ କମିଟି ବୈଠକ (ଶିକ୍ଷା, କ୍ରୀଡା ଓ ସାସ୍କୃତିକ) ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ, ଯାଜପୁରଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଶ୍ରୀ ସାମଲ ଶିକ୍ଷା, କ୍ରୀଡା ଓ ସଂସ୍କୃତି ବିଭାଗରୁ ଆସିଥିବା ବିଭିନ୍ନ ଅନୁଦାନ ଏବଂ ଏହାର ଆୟ ବ୍ୟୟ ଉପରେ ସମୀକ୍ଷା କରିଥିଲେ । ଶିକ୍ଷା ବିଭାଗ ପାଇଁ ବିଦ୍ୟାଳୟ ଗୁଡିକୁ ଦିଆଯାଇଥିବା କ୍ରୀଡା ପାଣ୍ଠିର ସୁ ବିନିଯୋଗ ପାଇଁ ପରାମର୍ଶ ଦେବା ସହ ଅଧିକାରୀ ମାନେ ନିୟମିତ ଭାବେ ପରିଦର୍ଶନ କରି ତାକୁ ସୁ ନିଶ୍ଚିତ କରିବେ ବୋଲି କହିଥିଲେ । ଯେଉଁ ଆଦର୍ଶ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତି ହୋଇନାହାନ୍ତି. ଉଚ୍ଚ ବିଦ୍ୟାଳୟ ମାନଙ୍କରୁ ଡେପୁଟେସନରେ ଶିକ୍ଷକ ଆଣିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମିଶ୍ରଣ ହୋଇଥିବା ବିଦ୍ୟାଳୟ ଗୁଡିକୁ ପଞ୍ଚୟତିରାଜ ବିଭାଗକୁ ହସ୍ତାନ୍ତର କରିବା ପାଇଁ ବିଧିବଦ୍ଧ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ କହିଥିଲେ । ସଂସ୍କୃତି ବିଭାଗର ବିଭିନ୍ନ ଆର୍ଥିକ ବର୍ଷରେ ଆସିଥିବା ଅନୁଦାନ ଓ ତାହାର ସୁ ବିନିଯୋଗ ଉପରେ ସନ୍ତୋଷ ପ୍ରକାଶ କରି କହିଲେ ଯେ, ଜିଲ୍ଳ୍ାରେ ଥିବା ଭାଗବତ ଟୁଙ୍ଗୀ ଓ କଳାକାର ସହାୟତା ପାଇଁ ଅଧିକ ଅନୁଦାନର ଆବଶ୍ୟକତା ରହିଚ୍ଥି । ଏକ ସଂସ୍କୃତି ସଂପନ୍ନ ଜିଲ୍ଳ୍ା ଭାବେ ଏ ଦିଗରେ ସରକାରୀ ସ୍ତରରେ ପ୍ରୟାସ କରିବା ପାଇଁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । କୋଭିଡ କଟକଣା ଯୋଗୁ ସରକାରୀ ସ୍ତରରେ ଜିଲ୍ଳ୍ାରେ କୈାଣସି କ୍ରୀଡାର ଆୟୋଜନ କରା ଯାଇନାହିଁ । ତେବେ କ୍ରୀଡା ପାଇଁ ବିଭିନ୍ନ ନିର୍ମାଣ ପ୍ରକଳ୍ପ ଚାଲୁ ରହିଚ୍ଥି । ଏହି କାର୍ଯ୍ୟ ଗୁଡିକ ଯଥା ସମୟରେ ସାରିବା ପାଇଁ କ୍ରୀଡା ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ବୈଠକର ସୁ ପରିଚାଳନା ନିମନ୍ତେ ଅଧ୍ୟକ୍ଷ ଶ୍ରୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଳ୍ା ଶିକ୍ଷା ଅଧିକାରୀ ଶଶିଧର ସିଂହ, କୃତିବାସ ବାରିକ, ଊପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଳ୍ା କ୍ରୀଡା ଅଧିକାରୀ ପଂକିର ମୋହନ ଟୁଡୁ ଏବଂ ବିଭାଗୀର କର୍ମଚାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।