ଜହ୍ନ ଆଖିର ଲୁହ

Spread the love

ଲିଙ୍ଗରାଜ ପଣ୍ଡା

ଜହ୍ନରେ ବିସ୍ପୋରଣ କରି
ମଣିଷ ଖୋଜୁଛି ଜଳ,
ଜଳରୁ ମଣିଷ ସୃଷ୍ଟି କରିବ
ଉଦ୍‌ଯାନ, ଅମ୍ଳଜାନର ପରମାଣୁ,
ପୁଣି ସେଥିରୁ ସୃଷ୍ଟି କରିବ ମଣିଷ
ଜଳବାୟୁ, କୃତ୍ରିମ ପବନ
ଆଉ ଏହି ପବନ ପିଇ ମଣିଷ ଜହ୍ନରେ ବଞ୍ଚିବ ।

ଘର ଦୁଆର କରିବ ଓ ସହର ଗଢିବା
ଇସ୍, କି ଜଟିଳ ପ୍ରକ୍ରିୟା !
ଜହ୍ନର ରୂପା ଦେହକୁ ମଣିଷ ବିଦୀର୍ଣ୍ଣ କରିବ,
ପରମାଣୁ ବୋମାର ପ୍ରଚଣ୍ଡ ଆଘାତରେ ।
ଜହ୍ନକୁ ନିଜ ସମ୍ପରି ଦାବି କରି
ମଣିଷ ମଣିଷ ମଧ୍ୟରେ ଲାଗିବ ଲଢେଇ
ଆହା ଜହ୍ନକୁ ନେଇ ଚାଲିବ ଏତେସବୁ ପାଲା

କବିର ପ୍ରଣୟ ପ୍ରେୟସୀ
ପ୍ରେମିକା ମଥାର ବିନ୍ଦି
ଆଇମା କାହାଣୀର ଜହ୍ନମାମୁଁ
ବିପ୍ଳବୀର ରୁଟି,
କୁଆଁର ପୁନେଇଁର ରୂପା ଜହ୍ନ;
ଏମାନଙ୍କୁ କବର ଦିଆଯିବ
ଆଧୁନିକତାର ଅହଂକାରରେ ।

ସତରେ ମଣିଷ ପାଇଛି
ଜହ୍ନରେ ଜଳ
ଜଳ ନୁହେଁ ତ,
ଜହ୍ନ ଆଖର ଦୁଇଟୋପା ଲୁହ ।

Related Posts

About The Author

Add Comment