ଭଦ୍ରକ, 16.01.2021(ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା):-: ଗତ ୧୩ ତାରିଖରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକେ ପୁଲିସକୁ ମାଡ ମାରିବା ସହିତ ପୋଲିସ ଭ୍ୟାନ୍ ଜାଳି ଦେଇଥିଲେ। ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥ ଅଲ୍ଲିନଗର ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ବାଡ଼ି ଧରି ପୋଲିସକୁ ବାଡେଇ ଥିଲେ। ହେଲେ ଏହି ଘଟଣାରେ ଆଉ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ଗାଡି ଜାଳିବା ବେଳେ ଗାଡି ମଧ୍ୟରେ ଥିବା ଜଣେ ଅଭିଯୁକ୍ତ ହ୍ୟାଣ୍ଡକପ୍ ସହ ଫେରାର ହୋଇଯାଇଛି। ଉତ୍ତ୍ୟକ୍ତ ଲୋକଙ୍କ ମାଡ ବେଳେ ଅଭିଯୁକ୍ତ ଖସିଯାଇଥିବା ସୂଚନା ମିଳିଛି। କଣ ପାଇଁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜିଲା, ତାହା ଉପରେ ପୋଲିସ ତଦନ୍ତ ଚଳାଇଛି। ପୁଲିସ ଗାଡି ପୋଡି ଓ ପୁଲିସକୁ ମାଡ ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁଯାୟୀ, ଫେରାର ଅଭିଯୁକ୍ତ ଜଣକ ପିରହାଟ ଥାନା ଅଞ୍ଚଳର କଳ୍ପତରୁ ମଳିକ ବୋଲି ସୂଚନା ମିଳିଛି । ଉତ୍ୟକ୍ତ ଲୋକେ ପୁଲିସକୁ ମାଡ ମାରିବାର ସୁଯୋଗ ନେଇ ଅଭିଯୁକ୍ତ ହାତରେ ଥିବା ହେଣ୍ଡକପ ସହ ଫେରାର ହୋଇଯାଇଛି । ତେବେ ଏହି ଘଟଣା ପରେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଜୋରଦାର ଉଦ୍ୟମ କରୁଥିବା କହିଛି । ଫେରାର ଅଭିଯୁକ୍ତ ଓ ଗାଡି ପୋଡି ଘଟଣାରେ ପୋଲିସ ତିହିଡି ଥାନାରେ ଏକାଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ପୋଲିସ ପାଇଁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଥିଲେ ସ୍ଥାନୀୟ ଲୋକ। ମୃତକ ହେଉଛନ୍ତି ନୟା ନନ୍ଦ ପଞ୍ଚାୟତ ହାଟୁଆରି ଗ୍ରାମର ବାପି ମହାଳିକ । ବାପି କୌଣସି କାମ ନିଜ ଭଉଣୀ ଘରକୁ ଯାଉଥିଲେ । ହଠାତ୍ ପୋଲିସ ତାଙ୍କୁ କେଉଁ କାରଣରୁ ଗୋଡାଇଥିଲା ଏବଂ ପରେ ସେ ପୋଖରୀରେ ଭିତରେ ପଡିଯାଇଥିଲେ । ପାଣିରେ ପଡିଯିବାରୁ ବାପିଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସ୍ଥାନୀୟ ଲୋକ ପୋଲିସ ଲାଗି ବାପିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ଏପରିକି ବାପିଙ୍କ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ କରିଥିଲେ। ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ ଗ୍ରାମବାସୀ । ପରେ ମୃତ ଶରୀର କୁ ଧରି ଭଦ୍ରକ – ଚାନ୍ଦବାଲି ରାଜ୍ୟ ରାଜପଥ ର ଅଲ୍ଲିନଗର ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ସେହି ସମୟରେ ସେହି ବାଟ ଦେଇ ପୀରହାଟ ଥାନା ଗାଡି ଜଣେ ବଳାତ୍କାର ଅଭିଯୁକ୍ତକୁ ନେଇ ଯାଉଥିବା ବେଳେ, ଉତ୍ୟକ୍ତ ଲୋକ ତିହିଡି ପୁଲିସ ଗାଡି ଭାବି ଗାଡ଼ିରେ ଥିବା ପୁଲିସଙ୍କୁ ମାଡ଼ ମାରିବା ସହ ଗାଡି ଜାଳିଦେଇଥିଲେ । ସେହି ସମୟରେ ବଲାତ୍କାରୀ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ପୋଲିସ୍ ଗାଡି ପୋଡି ଘଟଣାରେ ୬ ଗିରଫ
|
January 16, 2021 |