୪୯ ନଂ ଏନ୍ଏଚ୍ ରେ ସଡକ ଦୁର୍ଘଟଣାରେ ୨ ମୃତ

Spread the love

ଝାରପୋଖରିଆ, ୦୪.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା): ୪୯‌ ନମ୍ବର ଜାତୀୟ ରାଜପଥ ନିକଟରେ ରବିବାର ସନ୍ଧ୍ୟାରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣା ଘଟିଛି । ପ୍ରଥମେ ଜାଲଦା ଗ୍ରାମ ପେଟ୍ରୋଲ ପମ୍ପ ନିକଟରେ ୨ଟି ବାଇକ୍ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।  ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ମହିଳାଙ୍କ ସମେତ ଚାରିଜଣଙ୍କୁ ଉଦ୍ଧାର କରି ୧୦୮ ଯୋଗେ ଚିକିତ୍ସା ନିମନ୍ତେ ପଠାଇଥିଲା । ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଝାଡ଼ଖଣ୍ଡ ବହଡ଼ାଗୋଡ଼ାର ବଳରାମ ବିନ୍ଧାଣୀଙ୍କ ସ୍ତ୍ରୀ ପାର୍ବତୀ(୬୦) । ଅନ୍ୟ ଏକ ଘଟଣାରେ ବାରିପଦାରୁ କରଞ୍ଜିଆ ଅଭି ମୁଖେ ଯାଉଥିବା (ଓଡି୧୧ଏନ ୪୪୩୯)ନମ୍ବର ବିଶିଷ୍ଟ ଶିବାନାମକ ବସ୍ ମାନ ଛକ ନିକଟରେ କାଣିମହୁଲି ଗ୍ରାମର ଭକ୍ତ ଚରଣ ମହାନ୍ତଙ୍କ ପୁଅ ହରି ମୋହନ ମହାନ୍ତ (୪୬)ଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ବସ୍ ଧକ୍କାଦେଇ ପଳାଇ ଯାଉଥିବାବେଳେ ଝାରପୋଖରିଆ ଆଇଆଇସି ସୁଦର୍ଶନ ଗାଙ୍ଗାଇ ସଦଳବଳେ ପିଛା କରି ଧରିବାରେ ସଫଳ ହୋଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ମୃତ ହରିମୋହନ ରାଜ୍ୟସଭା ସାଂସଦ ଶ୍ରୀମତି ମମତା ମହାନ୍ତଙ୍କ ସମ୍ପର୍କୀୟ ବୋଲି ଜଣା ପଡିଛି । ଖବର ଲେଖା ହେବା ବେଳକୁ ଜାତୀୟ ରାଜପଥ ଅବରୋଧ ଜାରି ରହିଥିଲା ।

Related Posts

About The Author

Add Comment