ଶତାଧିକ ଜାଲ୍ ଶିକ୍ଷକଙ୍କୁ ଧରିବା ପାଇଁ ବିଭାଗ ର ପ୍ରକ୍ରିୟା ଆରମ୍ଭ

Spread the love

ବାରିପଦା, ୨୩/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା): ରାଜ୍ୟରେ ଶତାଧୁକ ଜାଲ୍ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସପ୍ତାହକ ତଳେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଏବେ ରୋକ୍ ଲାଗିଛି । ଏନେଇ ସମାଜରେ ଏକ ବିସ୍ତତ ରିପୋର୍ଟ ପ୍ରକାଶ ପାଇବା ପରେ ମଙ୍ଗଳବାର ବିଭାଗୀୟ ଅତିରିକ୍ତ ଶାସନ ସଚିବ ରଘୁରାମ ଆୟର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖୁ ପୁନଶ୍ଚ ଶିକ୍ଷକଙ୍କ ମାଇଗ୍ରେସନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ସାର୍ଟିଫିକେଟ ଯାଞ୍ଚ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଦର୍ଶାଇଛନ୍ତି । ଶ୍ରୀ ଆୟାର ଦର୍ଶାଇଛନ୍ତି ଯେ ବିଭାଗ ପକ୍ଷରୁ ଏସଂକ୍ରାନ୍ତରେ ୨୦୧୯ ରେ ତିନୋଟି ନିର୍ଦ୍ଦେଶନାମା ଦିଆଯାଇ ଥିବାବେଳେ ଏପର୍ଯ୍ୟନ୍ତ ଶିକ୍ଷକମାନଙ୍କ ସମ୍ପୂର୍ଣ୍ଣ ସ୍ଥିତାବସ୍ଥା ଜଣାପଡିଲା ନାହିଁ । ତେଣୁ ତୁରନ୍ତ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଶିକ୍ଷକମାନଙ୍କ ଶିକ୍ଷାଗତ ଯୋଗ୍ୟତାର ଟିକିନିଖୁ ବିବରଣୀ ଓ ତାଲିମ ପ୍ରମାଣପତ୍ର ପ୍ରଦାନ କରିବାକୁ ସେ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରାୟ ୯ହଜାର ଶିକ୍ଷାସହାୟକ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୩ ହଜାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏନେଇ ଦୁଇଟି ପ୍ରସ୍ତାବ ଗତ ସପ୍ତାହରେ ସରକାରଙ୍କୁ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦାନ କରାଯାଇଥିଲା। ଦ୍ବୀପ ତଳ ଅନ୍ଧାର ଭଳି ଓସେପାରେ କେତେକ ଶିକ୍ଷା ଅଧୁକାରୀ ବିଭିନ୍ନ ଜାଲ୍ ବିଶ୍ୱବିଦ୍ୟାଳୟରୁ ଜାଲ ପ୍ରମାଣପତ୍ର ଆଣି ଉଚ୍ଚପଦ ଅଧିକାର କରି ସରକାରଙ୍କଠାରୁ ମୋଟା ଅଙ୍କର ଦରମା ହାତେଇ ଚାଲିଛନ୍ତି । କାଲ୍ ଯୋଜନାରେ ଶତାଧିକ କୋଟି ଟଙ୍କାର ଦୁର୍ନୀତି ନେଇ ମହାଲେଖାକାରଙ୍କ ଅଭିଯୋଗ ପରେ କେତେକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । ସେଥିମଧ୍ୟରୁ କେତେକଙ୍କ ନିଯୁକ୍ତି ଓ ଦୁର୍ନୀତି ସଂପୃକ୍ତିକୁ ନେଇ ଏବେ କୋର୍ଟରେ ମାମଲା ଗଡୁଥିବାବେଳେ ନିକଟରେ ୟୁଜିସି ପକ୍ଷରୁରାଉରକେଲାସ୍ଥିତ ନବଭାରତ ଶିକ୍ଷା ପରିଷଦକୁ ଜାଲ୍ ଘୋଷଣା କରାଯାଇଛି । ଏଥିରୁ ଶିକ୍ଷାଗତ ପ୍ରମାଣପତ୍ର ଆଣି ବହୁ ଅଧୁକାରୀ ଓସେପାରେକାର୍ଯ୍ୟ କରୁଛନ୍ତି । ସେମାନଙ୍କୁ ଧରିବା ସହିତ ଶତାଧିକ ଶିକ୍ଷକ ବିନା ଓଟିଇଟିରେ ନିଯୁକ୍ତିପାଇଥିବା ବିଭାଗ ପାଖରେ ପ୍ରମାଣ ରହିଛି । ଏହାକୁ ନେଇ ବିଭାଗୀୟ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି।

Related Posts

About The Author

Add Comment