ରସୁଲୁପୁର, ୧୮/୧୦/୨୦ (ସନ୍ଧାନ ନିଉଜ) : ଅସହାୟ ଓ ଗରିବ ମହିଳାଙ୍କୁ ସ୍ବାବଲମ୍ବି ଓ ସଶକ୍ତିକରଣ କରିବା ପାଇଁ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଓଡିଶା ଜୀବିକା ମିଶନ ଯୋଜନା କାର୍ଯ୍ୟକରୁଛି। ଯେଉଁଥିରେକି ଅସହାୟ, ବିଧବା,ସ୍ବାମୀ ପରିତ୍ୟକ୍ତ ଓ ବିଧବାଙ୍କୁ ସମାଜର ମୂଳ ସ୍ରୋତ ଆଣିବାକୁ ଜୀବିକା ମିଶନ ଜରିଆରେ ସ୍ବୟଂସହାୟତା ଗୋଷ୍ଠୀ ତିଆରି କରିବା । ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ତାଲିମପ୍ରଦାନ ଓ ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ କରାଇ ରୋଜଗାରକ୍ଷମ କରାଇବା ଏହି ମିଶନ ମୁଖ୍ୟକାର୍ଯ୍ୟ,ଯଦି କୌଣସି ଅସହାୟ ମହିଳା ଏଥିପାଇଁ ଆବଶ୍ୟକ ମାସିକିଆ ଦୈୟ ପଠଇକରି ଯୋଡି ହେବାପାଇଁ ବାଧକ ହୁଏ, ତେବେ ସେମାନଙ୍କ ପାଇଁ ବିଶେଷ ସୁବିଧାମଧ୍ୟ ରହିଛି। ମାତ୍ର ରସୁଲପୁର ବ୍ଳକ ବ୍ରହ୍ମବରଦା ପଞ୍ଚାୟତରେ ବହୁ ଅସହାୟ ମହିଳା ଏପରି କାର୍ଯ୍ୟକ୍ରମ ସାମିଲ୍ ହେବା ଦୂରକଥା,ଏ ଯୋଜନାବିଷୟରେ ଜାଣିନାହାନ୍ତି । ଏହି ପଞ୍ଚାୟତର ଅସହାୟ ୱହେଦା ବାନୋ,ଖୁରସିଦା ପରବିନ, ସବୀନା ଖାତୁନ, ସମସାରା ପରବିନ, ଆବେଦା ବେଗମ,ନରଗିସ ବେଗମ, ସାଇନ୍ ବିବି,ଫାତିମା ଖାତୁନ, ଅଞନା ପରିୱିନ, ନରଗିସ ବେଗମ ଭଳି ଶତାଧିକ ମହିଳା ଏହି ଯୋଜନା ସାମିଲ ହୋଇପାରିନାହାନ୍ତି। ଯାହାଫଳରେ ସେମାନେ ପାଖରେ ରୋଜଗାର କରିବାର କୌଣସି ଉପାୟ ନପାଇ ବାଧ୍ୟହୋଇ କେବଳ ସରକାରୀ ସାମାଜିକ ସୁରକ୍ଷାରେ ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନା ଚାଉଳକୁ ଭରଷାକରି ପରିବାର ଚଳୁଛି । ତେଣୁ ଏଭଳି କ୍ଷେତ୍ରରେ ଏହି ପଞ୍ଚାୟତର ଅସହାୟ ମହିଳାଙ୍କୁ ଚିହ୍ନଟକରି ସେମାନଙ୍କୁ ଏହି ଓଡିଶା ଜୀବିକା ମିଶନ ଯୋଜନାରେ ଯୋଡିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ରସୁଲପୁର ଓଡିଶା ଜୀବିକା ମିଶନ ଯୋଜନାର ମୁଖ୍ୟ ସଂଯୋଜିକ ଓ ସାମାଜିକ କର୍ମୀ ଅହଲ୍ଯା ମଣ୍ଡଳଙ୍କୁ ପଚାରିବାରୁ ଯଦି କୌଣସି ଅସହାୟ ଓ ଗରିବମହିଳା ଯୋଜନାରେ ସାମିଲ ହୋଇପାରିନାହାନ୍ତି, ସେମାନଙ୍କୁ ଏଥିରେ ସାମିଲ କରିବାପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।
ଅସହାୟ ପାଖରେ ଅପହଞ୍ଚ ଜୀବିକା ମିଶନ
|
October 18, 2020 |
