ବାରିପଦା, ୦୬/୦୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) :- ପ୍ରଥମେ ଫେସବୁକରେ ପ୍ରେମ ନିବେଦନ, ତାପରେ ବିବାହର ପ୍ରତିଶ୍ରୁତି ଶେଷରେ ବ୍ଲାକମେଲିଂ କରି ଜଣେ ଯୁବକ ଗିରଫ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ଟାଉନ୍ ଥାନା ଅଧୀନ ଲକ୍ଷ୍ମୀପୋଷି ଅଞ୍ଚଳରେ । ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ବୈଶିଙ୍ଗା ଥାନା ଅଧୀନ କଳମା ଗାଁର ମହେନ୍ଦ୍ର ମହାପାତ୍ରଙ୍କ ପୁଅ ରାଜୀବ ମହାପାତ୍ର (୨୭) ପ୍ରତାରଣାରେ ଶିକାର ହୋଇଥିବା ଯୁବତୀଙ୍କ ଅଭିଯୋଗ ମୁତାବକ, ଆଜିକୁ ପ୍ରାୟ ଦୁଇ ବର୍ଷ ତଳେ ଅଭିଯୁକ୍ତ ଯୁବକ ରାଜୀବ ଓ ଉକ୍ତ ଯୁବତୀଙ୍କ ସହ ଫେସବୁକ୍ ଜରିଆରେ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଅଭିଯୁକ୍ତ ଯୁବକ ପ୍ରେମ ନିବେଦନ କରିବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ । ଏହାର କିଛିଦିନ ପରେ ବିଭିନ୍ନ ସମୟରେ ଯୁବତୀଙ୍କ ଇଚ୍ଛା ବିରୋଧରେ ଯାଇ ତାସହ ଅସଦାଚରଣ କରିଥିଲେ । ଏମିତିକି ବିବାହର ପ୍ରତିଶ୍ରୁତି ଦେଇ ଭିଡିଓ ଚାଟିଂ କରିବା ସହ ଅଶ୍ଳିଳ ଫୋଟ ଉଠାଇ ବ୍ଲାକମେଲିଂ କରୁଥିଲେ । ହେଲେ ଯୁବତୀଙ୍କୁ ସେ ବାରମ୍ବାର ବିବାହର ପ୍ରତିଶ୍ରୁତି ଦେଇଥିବାରୁ ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ହୋଇଯାଉଥିଲେ । ଏପରକି ଗତ ଡିସେମ୍ବର ମାସରେ ବିବାହ କରିବା ପାଇଁ ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କୁ ସ୍ଥାନୀୟ ତକପୁର ଅଞ୍ଚଳକୁ ଡକାଇଥିଲେ। ହେଲେ ତାହା ସହ ସେ ବାଇକ୍ । ଯୋଗେ ଆସୁଥିବାବେଳେ ବେତନଟୀ ନିକଟରେ ଯୁବତୀଙ୍କୁ ଦୁର୍ଘଟଣାଗ୍ରସ୍ତ କରାଇଥିଲେ । ଫଳରେ ଯୁବତୀ ଜଣଙ୍କର ବାମ ହାତ ଭାଙ୍ଗି ଯାଇଥିଲା । ତଥାପି ମଧ୍ୟ ଅଭିଯୁକ୍ତ ଯୁବକ ଜଣଙ୍କ ତାଙ୍କୁ ବ୍ଲାକମେଲିଂ କରିବା ଛାଡି ନ ଥିଲେ। ଭଙ୍ଗା ଗୋଡ଼ର ଚିକିତ୍ସା କରାଇବା ବାହାନାରେ ତାଙ୍କ ପାଖରୁ ୧୫ ହଜାର ଟଙ୍କା ମଧ୍ୟ ନେଇ ଆଉ’ ଦେଖାଦର୍ଶନ ଦେଇ ନଥିଲେ । ତେଣୁ ଉପାୟଶୂନ୍ୟ ହୋଇ ଯୁବତୀ ଜଣଙ୍କ ଗତ ୩୦ ତାରିଖରେ ଏନେଇ ବାରିପଦା ଟାଉନ୍ ଥାନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଥାନରେ ୫୦୬/୨୦ରେ ଏକ ମାମଲା ରୁଜୁ କରି ଯୁବକକୁ ମଙ୍ଗଳବାର ଗିରଫ କରିବାରେ ଟାଉନ୍ ଥାନା ପୁଲିସ୍ ସକ୍ଷମ ହୋଇଥିଲା । ଏହାପରେ ଅଭିଯୁକ୍ତକୁ ପଚରାଉଚୁରା କରାଯାଇଥିବାବେଳେ ବୁଧବାର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ବିରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି ।
ପ୍ରତାରକ ପ୍ରେମିକା ଗିରଫ ଫେସ୍ ବୁକ୍ ରେ କରିଥିଲା ପ୍ରେମ ନିବେଦନ କରିଥିଲା
|
August 6, 2020 |
![ପ୍ରତାରକ ପ୍ରେମିକା ଗିରଫ ଫେସ୍ ବୁକ୍ ରେ କରିଥିଲା ପ୍ରେମ ନିବେଦନ କରିଥିଲା](https://sandhannews.com/wp-content/themes/mts_newsonline/images/nothumb-featuredfull.png)