ସୁନ୍ଦରଗଡରେ ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

Spread the love
ରାଉରକେଲା, ୨୯/୦୭/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ ଜିଲ୍ଲାରେ ବୁଧବାର ଆଉ 112 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ 1224ରେ ପହଞ୍ଚିଛି। ଆକ୍ରାନ୍ତ 112 ଜଣଙ୍କ ମଧ୍ୟରେ ରାଉରକେଲା OSAP ଚତୁର୍ଥ ବାଟାଲିୟନ ସହ OSAP କଲୋନୀର 15 ଜଣ ଅଛନ୍ତି ଅଧିକ ଟେଷ୍ଟ ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ମଧ୍ୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ଆଜି  IGH ରେ ଉଦଘାଟନ ହେବାକୁ ଥିବା ପ୍ଲାଜମା ବ୍ୟାଙ୍କର ଉଦଘାଟନ କୌଣସି କାରଣରୁ ସ୍ଥଗିତ ରହିଛି।
ପୂର୍ବରୁ ରାଉରକେଲା ମହାନଗର ନିଗମରେ 5 ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ହେବା ପରେ ସାଧାରଣ ଲୋକଙ୍କ ଲାଗି କାର୍ଯ୍ୟାଳୟକୁ ଆସିବା ଉପରେ କଟକଣା ଜୁଲାଇ 31 ପର୍ଯ୍ୟନ୍ତ ଲାଗୁ କରାଯାଇଥିବାବେଳେ ଆଜି ପୁଣି ମ୍ୟୁନିସିପାଲିଟି କଲୋନୀରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Related Posts

About The Author

Add Comment