ବାରିପଦା , ୨୯/୦୭/୨୦୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ମାଟିର ସୁଯୋଗ୍ୟ ସନ୍ତାନ ତଥା ଏକାଧାରାରେ ସାହିତ୍ୟ ପ୍ରାଣ, ବରିଷ୍ଠ ସମ୍ବାଦିକ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କର ସାରସ୍ୱତ ସାଧନା କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ସୁଖ୍ୟାତି ରହିଛି । ଶ୍ରୀ ପଣ୍ଡା ଜଣେ ସୁବକ୍ତା, ସୁସାହିତ୍ୟିକ, ସାହିତ୍ୟ ପ୍ରାଣ ଭାବେ ବିଭିନ୍ନ ମହଲରେ ବେଶ୍ ପରିଚିତ । ତାଙ୍କ ଦ୍ୱାରା ସଂକଳନ ହୋଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମସ୍ତୋତ୍ରମ୍ଟି ଆଜି କର୍କଟ ୧୪ ଦିନ ଦଶମୀ ଜୁଲାଇ ୨୯ ତାରିଖ ବୁଧବାର ଝୁଲଣା ଯାତ୍ରା ଦିନ ଶ୍ରୀ ଶ୍ରୀ ପିତାମ୍ବର ବାବ ଆଶ୍ରମ, ଶ୍ରୀ କୃଷ୍ଣପୁର , ରେମୁଣା ବାଲେଶ୍ୱର ଠାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ତାଙ୍କ କରକମଳରେ ବହିଟିର ଉନ୍ମୋଚନ କରିଛନ୍ତି । ଏଥିରେ ଉକ୍ତ ମଠର ମହନ୍ତ, ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ମହୋଦୟ, ସାମ୍ବାଦିକ ବନ୍ଧୁ ଶ୍ରୀଯୁକ୍ତ ପୀରବାବୁ, ଶୁକଦେବ ଗିରି, ରଣଜିତ୍ କୁମାର ଦାସ, ବିଶ୍ୱଜିତ ପଣ୍ଡା, ଲିଟୁ କୁମାର ମୁଦୁଲି ଆଦି ଉପସ୍ଥିତ ଥିଲେ । ଏହି ବହିଟି ଉନ୍ମୋଚନ ହେବା ପରେ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତାଜା ଖବର
- ଧାମନଗର ରେ ଚାଲିଛି ବାଲି ମାଫିଆ ଙ୍କ ରାଜ୍, ପୋଲିସ ନିରବ କାହିଁକି।
- ଉଦ୍ଘାଟନ ହେଲା ବ୍ରହ୍ମବରଦା ଥାନା
- ଯାଜପୁରରେ ଆଇଏମଏଫଏଲ୍ ଦୋକାନ ବଣ୍ଟନ ଲଟେରି ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ
- ଯାଜପୁର ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା) କମିଟିର ତୃତୀୟ ବୈଠକ ଅନୁଷ୍ଠିତ
- ବେହେରାଡ଼ିହି ପଞ୍ଚାୟତ ର ୪ଟି ଗ୍ରାମ ର ବିଦ୍ୟୁତ ଖୁଣ୍ଟ ରୁ ତାର ଚୋରି ନେଇ ଗ୍ରାମବାସି ଘେରିଲେ ବିଦ୍ୟୁତ ସବ ଷ୍ଟେସନ
- ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
- ଜରାଜୀର୍ଣ ଅବସ୍ଥା ରେ ପଡି ରହିଛି ତଲସରା ଗଣପତି କ୍ଲବ l ଅଣଦେଖା କରି ରହିଛି ପ୍ରଶାସନ
- ଏସଆଇଆର-୨୦୨୬ ସଚେତନତା ଅଭିଯାନ: ଗାଁ ଗାଁ ବୁଲି ଜନସାଧାରଣଙ୍କୁ ସଚେତନ କଲେ ଉପଜିଲ୍ଲାପାଳ
- ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ



