ବଡ଼ଚଣା(ସନ୍ଧାନ ନ୍ୟୁଜ) ପବିତ୍ର ସୁନିଆଁ ଅବସରରେ ସାର୍ବଜନୀନ ଦୁର୍ଗା ପୂଜା କମିଟି, ଚଣ୍ଡିଖୋଲ ପକ୍ଷରୁ ମା ଙ୍କ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଉଠାଣ କାର୍ଯ୍ୟକ୍ରମ ସମସ୍ତ ରିତିନିତୀ ଅନୁଶାରେ ସମ୍ପନ୍ନ ହୋଇ ଯାଇଅଛି।ଗତ ବୈଠକରେ ସ୍ଥିର ହୋଇଥିବା ତିଥି ଅନୁଯାଇ ମାହେନ୍ଦ୍ର ବେଳା ରେ ଆଜି ସକାଳ ପୂର୍ବାହ୍ନ ୧୧ଘଟିକା ୧୫ ମିନିଟ ଠାରୁ ୧୨ଘଟିକା ୧୫ ମିନିଟ ପର୍ଯ୍ୟନ୍ତ ଶୁଭ ବେଳାରେ ମାଟି ଉଠା କାର୍ଯ୍ୟ ହେବ ବୋଲି ସ୍ଥିର ହୋଇଥିଲା।ନିର୍ଦ୍ଧାରିତ ସମୟ ଅନୁଯାଇ ଚଣ୍ଡିଖୋଲ ଦୁର୍ଗା ମଣ୍ଡପ ନିକଟରେ ସମସ୍ତ ସଭ୍ୟ ମାନେ ଏକତ୍ରିତ ହୋଇ ବାଜା ବାଣ ଫୁଟାଇ ଏକ ବିରାଟ ପଟୁଆର ରେ ଚଣ୍ଡିଖୋଲ ଛକ ପରିଭ୍ରମଣ କରି ମାଙ୍କ ମାଟି ଉଠାଣ ପାଇଁ ଯାଇଥିଲେ। ଯଥା ରୀତିନୀତି ଅନୁଯାଇ ପୂଜକ ତ୍ରିଲୋଚନ ଦାସ,ଓ ସୋମ୍ୟ ରଞ୍ଜନ ଚୌଧୁରୀ,ପୂଜା ଅର୍ଚ୍ଚନା କରି ସୁଙ୍ଗୁଡ଼ା ସ୍ଥିତ ପଡିଆରୁ ପବିତ୍ର ମାଟି ଉଠାଣ ହୋଇଥିଲା।ଏଥିରେ ପ୍ରଥମେ ଭୂମି ପୂଜନ ହୋମ କରି ଭୂମିକୁ ସୁଧ କରାଯାଇଥିଲା ,ପରେ ସେଠାରୁ ମୁରିକା ସଂଗ୍ରହ କରାଯାଇ ମୂର୍ତ୍ତିକୁ ମା ଙ୍କ ମଣ୍ଡପ ପର୍ଯ୍ୟନ୍ତ ଶୋଭାଯାତ୍ରା ମାଧ୍ୟମରେ ଅଣାଯାଇଥିଲା,ଏଥିରେ ସଭାପତି ବିଭୁତି ଭୂଷଣ ଜେନା,ସମ୍ପାଦକ ଅକ୍ଷୟ ସ୍ୱାଇଁ,ଉପଦେଷ୍ଟା ଶୈଳେନ୍ଦ୍ର ନାୟକ,ବ୍ରଜ କିଶୋର ସ୍ୱାଇଁ,ମଦନ ବଳ,ସାରଦା ପ୍ରସାଦ ମହାନ୍ତି, ପ୍ରମୋଦ ଜେନା,ବୈକୁଣ୍ଠ ସାମନ୍ତରାୟ,ସନ୍ତୋଷ ରାଉତ, ସଞ୍ଜୟ ସ୍ୱାଇଁ, ଅଟଳ ଜେନା, ପ୍ରଶାନ୍ତ ଜେନା,ଅନିଦ୍ୟ ସାମଲ, ରବୀନ୍ଦ୍ର ନାୟକ,ମନୋଜ ସାହୁ,ଡମ୍ବରୁ ଧର ଜେନା,ଅନନ୍ତ ସ୍ୱାଇଁ,ପ୍ରିୟବ୍ରତ ଖିଲାର,ବିନୋଦ ଜେନା,ରତିକାନ୍ତ ସ୍ୱାଇଁ,ସମରେନ୍ଦ୍ର ମାହାଲ,ବେଣୁଧର ପଣ୍ଡା,ହେମଶ କୁମାର ଜେନା,ଦେବ ରଞ୍ଜନ ସ୍ୱାଇଁ, କର୍ତ୍ତା ଲଲାଟେନ୍ଦୁ ବିଶ୍ୱାଳ,ଉପ କର୍ତ୍ତା ପ୍ରକାଶ ରାଉତ,ଭିମସେନ ପଲାଇ,ସୋମ୍ୟ ରଞ୍ଜନ ସାହୁ, ପ୍ରତାପ ପଲେଇ,ରାମଚନ୍ଦ୍ର ସେନାପତି,ମାନସ ସାହୁ, ଅବିନାଶ ମହାପାତ୍ର, ଅନିଲ ଦାସ ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଚଳିତବର୍ଷ ବଡ଼ ଧୂମଧାମ ଓ ଶାନ୍ତି ଶୃଙ୍ଖଳା ଭାବେ ଚଣ୍ଡିଖୋଲର ଶାରଦୀୟ ଦୁର୍ଗାଙ୍କ ପୂଜା ସମାପନ ହେବ ବୋଲି ସଭାପତି ପ୍ରକାଶ କରୁଛନ୍ତି।ଏବଂ ଆଖ ପାଖ ବଡ଼ଚଣା,ସରୋଇ,କକଣ୍ଟିଗାଡିଆରେ ଠାରେ ମଧ୍ୟ ମହା ଆଡ଼ମ୍ବରରେ ମୂର୍ତ୍ତିକା ସଂଗ୍ରହ କରାଯାଇଅଛି ।
ପବିତ୍ର ସୁନିଆ ଅବସରରେ ମା ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣ ମୃତ୍ତିକା ଅନୁକୂଳ
|
September 23, 2026 |



