ଜିଲ୍ଲାରେ ଜନଜାତିଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବୈଠକ

Spread the love

ଯାଜପୁର – ୨୩/୯/୨୬ (ସନ୍ଧାନ ନ୍ୟୁଜ)ଆଜି ଅପରାହ୍ନ ରେ  ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଉପସ୍ଥିତିରେ ଜିଲ୍ଲାର ଅନୁସୂଚିତ ଜନଜାତି ଲୋକ ମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC), ଯାଜପୁରର ପ୍ରଥମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସାମଗ୍ରିକ ବିକାଶ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଭିତ୍ତିଭୂମି ଓ ଅନ୍ୟାନ୍ୟ ମୌଳିକ ସୁବିଧାର ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯାଇଥିଲା। ଏଥିସହ ଆଦିବାସୀ ସମୁଦାୟର ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହ ବିଭିନ୍ନ ସରକାରୀ ଯୋଜନାର ସୁଫଳ ସେମାନଙ୍କ ନିକଟରେ ପହଞ୍ଚାଇବା ନେଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ବିଚାରବିମର୍ଶ କରାଯାଇଥିଲା। ଏହି ଅବସରରେ ଆଦିବାସୀ ଅଞ୍ଚଳରେ ଶିକ୍ଷା ଓ ଶିଶୁ ବିକାଶକୁ ଆହୁରି ସୁଦୃଢ଼ କରିବା ନେଇ ଆଶ୍ରମ ବିଦ୍ୟାଳୟ, ହଷ୍ଟେଲ ଏବଂ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ମାନ ଉନ୍ନତି ଉପରେ ମାନ୍ୟବର ଅଧ୍ୟକ୍ଷ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଯାଜପୁରର ମାନ୍ୟବର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କାଲୁଣ୍ଡିଆ ଏବଂ ମାନ୍ୟବର ଉପାଧ୍ୟକ୍ଷା,ଶ୍ରୀମତୀ ଦଶମା ଜାରିକା,ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ମହାନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମାଙ୍ଗଳିକା ରାଉତ ପାୱାର ପଏଣ୍ଟ ମାଧ୍ୟମରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦେବୀପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment