ବାରିପଦା , ୨୯/୦୭/୨୦୨୦ (ସନ୍ଧାନ ନିଉଜ) : ଭଦ୍ରକ ଜିଲ୍ଲା ତିହିଡି ମାଟିର ସୁଯୋଗ୍ୟ ସନ୍ତାନ ତଥା ଏକାଧାରାରେ ସାହିତ୍ୟ ପ୍ରାଣ, ବରିଷ୍ଠ ସମ୍ବାଦିକ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କର ସାରସ୍ୱତ ସାଧନା କ୍ଷେତ୍ରରେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ସୁଖ୍ୟାତି ରହିଛି । ଶ୍ରୀ ପଣ୍ଡା ଜଣେ ସୁବକ୍ତା, ସୁସାହିତ୍ୟିକ, ସାହିତ୍ୟ ପ୍ରାଣ ଭାବେ ବିଭିନ୍ନ ମହଲରେ ବେଶ୍ ପରିଚିତ । ତାଙ୍କ ଦ୍ୱାରା ସଂକଳନ ହୋଇଥିବା ଶ୍ରୀ ଜଗନ୍ନାଥ ସହସ୍ରନାମସ୍ତୋତ୍ରମ୍ଟି ଆଜି କର୍କଟ ୧୪ ଦିନ ଦଶମୀ ଜୁଲାଇ ୨୯ ତାରିଖ ବୁଧବାର ଝୁଲଣା ଯାତ୍ରା ଦିନ ଶ୍ରୀ ଶ୍ରୀ ପିତାମ୍ବର ବାବ ଆଶ୍ରମ, ଶ୍ରୀ କୃଷ୍ଣପୁର , ରେମୁଣା ବାଲେଶ୍ୱର ଠାରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ କବି କାଳିପଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସଙ୍ଗେ ସଙ୍ଗେ ତାଙ୍କ କରକମଳରେ ବହିଟିର ଉନ୍ମୋଚନ କରିଛନ୍ତି । ଏଥିରେ ଉକ୍ତ ମଠର ମହନ୍ତ, ସଂସ୍କୃତ ଅଧ୍ୟାପକ ଶ୍ରୀଯୁକ୍ତ ମିଶ୍ର ମହୋଦୟ, ସାମ୍ବାଦିକ ବନ୍ଧୁ ଶ୍ରୀଯୁକ୍ତ ପୀରବାବୁ, ଶୁକଦେବ ଗିରି, ରଣଜିତ୍ କୁମାର ଦାସ, ବିଶ୍ୱଜିତ ପଣ୍ଡା, ଲିଟୁ କୁମାର ମୁଦୁଲି ଆଦି ଉପସ୍ଥିତ ଥିଲେ । ଏହି ବହିଟି ଉନ୍ମୋଚନ ହେବା ପରେ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।
ତାଜା ଖବର
- ଗୋପ ପୁର ଅଞ୍ଚଳ ରେ ଚାଲିଛି ହାତୀ ଉପଦ୍ରଵ ,ଚାଷୀ ଚିନ୍ତାରେ
- ପଦା ରେ ପଡ଼ିଲା “ବିକଶିତ ଗାଁ ବିକଶିତ ଓଡ଼ିଶା”ବିଭାଗୀୟ ଯନ୍ତ୍ରୀ ଙ୍କ ଚାଲିଛି ପତିଆରା
- ସବଡେଗା ଓ ବଡ଼ଗାଁ ଅବକାରୀ ବିଭାଗ ଙ୍କ ଦ୍ୱାରା ଆତର୍କିତ ଚଢ଼ାଉ, ୪ଜଣ ଗିରଫ ହେବା ସହିତ କୋର୍ଟ ଚାଲାଣ
- ରାସ୍ତା ତଳକୁ ଖସିଲା ବାଇକ, ସେନାନିବୃତ୍ତ ଯବାନ ଙ୍କ ମୃତ
- ଏଡିଏମ୍ ଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ କରାଗଲା
- ପୁଣି ବିବାଦରେ କମ୍ପଗଡ଼ ଭୁବନେଶ୍ଵରୀ ବିଦ୍ୟାଳୟ ଛନ୍ଦି ହେଲା
- ମା ମଙ୍ଗଳା ସୁନା ଦୋକାନ ମାଲିକକୁ ଆକ୍ରମଣ କରି ସୁନା ବ୍ୟାଗ୍ ଛଡାଇନେଲେ
- *ଧାନବିକ୍ରି ପଞ୍ଜୀକରଣ ଆରମ୍ଭରୁ କଟକଣାକୁ ବିରୋଧ, ସବୁଠି ତେଜିଲା ଚାଷୀ*
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ପାଇପ ବୋଝେଇ ଟ୍ରକରେ ଭୟାବହ ଅଗ୍ନିକାଣ୍ଡ



