ଦେଶୀ ମଦ ଦୋକାନ ଭାଙ୍ଗିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠି

Spread the love

ଜେନାପୁର, ୨୬/୦୭/୨୦ (ସନ୍ଧାନ ନିଉଜ): କରୋନା କଟକଣାରେ ପେଶି ହୋଇ ଲୋକମାନେ ନାହିଁ ନଥିବା ସମସ୍ୟର ସମ୍ମୁଖିନ ହେଉଛନ୍ତି । ରୋଜଗାର ହରାଇ ଅନେକ ପରିବାର ସରକାରୀ ହାଟଟେକା ଉପରେ ନିର୍ଭର କରୁଛନ୍ତି । ଅନେକ ପରିବାର ଦିନେ ଖାଇଲେ ଓଳିଏ ଉପାସ । ଏପରି ସ୍ଥିତିରେ ଗାଁ ଗହଳିରେ ଏବେ ଚୋରା ଦେଶି ଓ ବିଦେଶୀ ମଦର କାରବାର ବେଶ ବଢି ଯାଇଛି । ମୁଲ ମଜୁରୀ ଖଟି ଯାହା ଦି ପଇସା ରୋଜଗାର ହେଉଛି ତାହା ପରିବାର ପ୍ରତିପୋଷଣରେ କମ ମଦ ଦୋକାନରେ ବେଶୀ ଦେଇଦେଉଥିବା ଘରର ମହିଳା ମନେ ଅଭିଯାଗ କରୁଛନ୍ତି । ଫଳରେ ପରିବାରିକ ଅଶାନ୍ତି ଏବେ ଚରମ ସୀମା ଟପିଲାଣି । ଏହି ପୁଞ୍ଜିଭୁତ ଅଶାନ୍ତି ଆଜି ଉଗ୍ର ରୁପ ଧାରଣ କରିଥିଲା । ସ୍ଥାନୀୟ ସ୍ୱାୟଂ ସହାୟକ ଗୋଷ୍ଠିର ମହିଳା ମାନେ ଦୋକାନ ଭାଙ୍ଗି ଦେଇଥିଲେ । ଜେନାପୁର ଥାନା ଅନ୍ତର୍ଗତ ବୃନ୍ଦାଦେଇପୁର ପଂଚାୟତ ଡିହକଷ୍ଟି ଗାଁମୁଣ୍ଡରେ ଆଜକୁ ଦୀର୍ଘଦିନ ଧରି ଚାଲି ଏକ ଚରାଦେଶି ମଦ ଦୋକାନକୁ ସେହି ଗାଁର ମହିଳା ମାନେ ଓ ଯୁବ ଗୋଷ୍ଟିଙ୍କ ସହାୟତାରେ ଭାଙ୍ଗି ଦେବା ସହିତ ବେପାରରେ ସମ୍ପୃକ୍ତ ଜଣେ ମହିଳା ସମେତ ତାଙ୍କ ଭାଇକୁ ଥାନରେ ହସ୍ତାନ୍ତର କରିଛନ୍ତି । ଘଟଣା ସ୍ଥଳରୁ ୧୦ଲିଟର ଦେଶି ମଦ ଜବତ କରିଛନ୍ତି । ଖବର ଅନୁଯାଇ ଉକ୍ତ ଗାଁ ଓ ତରାସ ମଧ୍ୟବର୍ତ୍ତୀ ରାସ୍ତା ପାଶ୍ୱର୍ରେ ସେହି ଗାଁର ମାଣିକ ମଳିକ ଓ ଭାଇ ଶୁକଦେବ କିଛି ଦିିନ ହେବ ଏକ କୁକୁଡା ଦୋକାନ ଖୋଲିବା ପାଇଁ ଘର ତୋଳିଥିଲେ । ପରେ ସେଠାରେ କୁକୁଡା ବିକିବା ବଦଳରେ ଦେଶିମଦ ବିକିବା ସହିତ ଅନୈତିକ କାର୍ଯ୍ୟରେ ଲିପ୍ତ ରହିବା ଅଭିଯୋଗରେ ଆଜି ଗ୍ରାମର ମହିଳାମାନେ ଏହି ଦୋକାନକୁ ଭାଙ୍ଗିଦେବା ସହିତ ଉଭୟଙ୍କୁ ଥାନାରେ ଦେଇଛନ୍ତି । ଲୋକମାନଙ୍କର ରୋଜଗାର କମ ଥିବା ବେଳେ ଲକଡାଉନରେ ଚୋରା ମଦ ବିକି ଲୋକମାନଙ୍କୁ ସର୍ବଶାନ୍ତ କରୁଥିବାରୁ ଆଗକୁ ମହିଳା ମାନେ ଆହୁରି ଅନେକ ଚୋରାମଦ ଦୋକାନ ଭାଙ୍ଗିବାର ସୁଚନା ମିଳିଛି ।

Related Posts

About The Author

Add Comment