ମନରେଗା କାମରେ ୨୦୦ଦିନର କର୍ମନିଯୁକ୍ତି ଓ ମଜୁରୀ ବୃଦ୍ଧି ଦାବିକରି ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପଠାଇଲେ ଶ୍ରମଜିବୀ ସଂଗଠନ

Spread the love

ମାଲକାନଗିରି, ୩୦/୦୬ (ସନ୍ଧାନ ନିଉଜ) ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିଥିବାରୁ ତାଲାବନ୍ଦ ପରିସ୍ଥିତି ପାଇଁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଗରିବ ଖଟିଖିଆ ଶ୍ରମିକ ମାନଙ୍କର ଆର୍ଥିକସ୍ଥତି ବହୁତ ଖରାପ ହୋଇଯାଇଛି । ଅନ୍ୟରାଜ୍ୟ କୁ କାମକରିବାକୁ ଯାଇଥିବା ପ୍ରବାସୀ ଶ୍ରମକି ମାନେ ନିଜ ନିଜ ଘାଂକୁ ଫେରିଆସିଛନ୍ତି , ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ମନରେଗା କାର୍ଯ୍ୟରେ ନିୟେଜିତ କରାଯାଇଛି ।ହେଲେ ସେମାନଙ୍କୁ ନିୟମତି ଭାବେ କାମ ମିଳୁନଥିବାରୁ ମନରେଗା କାର୍ଯ୍ୟକୁ ୧୦୦ଦିନରୁ ୨୦୦ ଦିନକୁ ବୃଦ୍ଧିକରାଯାଉ,ମନରଗା ଦୈନିକ ମଜୂରୀ ୬୦୦ଟଙ୍କାକୁ ବୃଦ୍ଧି କରାଯାଉ,ଜିଲ୍ଲାରେ ଚାଲିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ସ୍ୱଚ୍ଛଭାରତ ଯୋଜନା,ଆଦି ଉନ୍ନୟନ ମୁଳକ କାର୍ଯ୍ୟକୁ ମନରେଗା ଯୋଜନାରେ ସାମିଲ କରାଯାଇ ଗରିବ ଶ୍ରମିକ ମାନଙ୍କୁ ସେଥିରେ କାମ ଯୋଗାଇଦିଆ ଯାଉ ବୋଲି ଦାବି ରଖି ମାଲକାନଗିରି ଜିଲ୍ଲା ଶ୍ରମଜିବୀ ସଂଗଠନ ପକ୍ଷରୁ ମାଲକାନଗିରି ବିଡିଓ ଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଯାଇଛି । ଆଜି ସକାଳେ ମାଲକାନଗିରି ଜିଲ୍ଲା ଶ୍ରମଜିବୀ ସଂଗଠନ ର ସଭାପତି କଷା ମାଢି,ସଂପାଦକ ନରସିଂହମାଢି,ସୀତାରାମ ଦୁରୁଆ,ରାମଚନ୍ଦ୍ର ବଡନାୟକ,ରାଜଶ୍ରୀ ମାଢି,ଦହନା ମାଡକାମି ମାଲକାନଗିରି ବ୍ଲକକୁ ଆସି ବିଡିଓ ଙ୍କୁ ସାକ୍ଷାତକର ି ଏକ ସ୍ମାରକ ପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।

Related Posts

About The Author

Add Comment