ସରସ୍ୱତୀ ଶିଶୁମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ।

Spread the love

ଜେନାପୁର/ସନ୍ଧାନ ନ୍ୟୁଜ୍/ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ରାଇଛନ୍ଦା ପଞ୍ଚାୟତ ଅଧିନ କନ୍ତପଡ଼ା ସରସ୍ୱତୀ ଶିଶୁ ମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁଜୀ ପଙ୍କଜ ଚରଣ ମହାରଣାଙ୍କ ସଂଯୋଜନା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀମତୀ ମିନତୀ ସାହୁ ଯୋଗ ଦେଇ ମା ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ଉପରେ ଗୁରୁତ୍ୱ ଦେଇ ଶିଶୁ ମାନଙ୍କ ନିର୍ମାଣ ମା ଙ୍କ ଉପରେ ବୋଲି କହିଥିଲେ।ମୁଖ୍ୟ ବକ୍ତା ଶିକ୍ଷାବିତ ଶ୍ରୀ ଯୁକ୍ତ ରବି ନାରାୟଣ ସୁତାର ଶିଶୁ ମନ୍ଦିର ଶିକ୍ଷା ଦ୍ୱାରା ଶିଶୁର ସର୍ବାଙ୍ଗୀନ ବିକାଶ ହୋଇ ଜଣେ ସୁସଂସ୍କୃତ, ସୁସମ୍ପନ୍ନ ବ୍ୟକ୍ତି ହୋଇ ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁଦର୍ଶନ ପ୍ରଧାନ ଶିଶୁ ମାନଙ୍କ ଠାରୁ ମୋବାଇଲ ଦୂରରେ ରଖି ସେମାନଙ୍କ ସହିତ ସାଙ୍ଗ ପରି ମିଶି ଚରିତ୍ର ଗଠନ କରିବାରେ ସାହାଯ୍ୟ କରନ୍ତୁ ବୋଲି କହିଥିଲେ।ସଭାପତି ଶ୍ରୀଯୁକ୍ତ ଅଜୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ।ସମ୍ମାନିତ ଅତିଥି ଭାବେ ଧର୍ମଶାଳା ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ବିଶ୍ୱ ବିଜୟିନୀ ମିଶ୍ର,ଶ୍ରୀମତୀ ଗୀତାଞ୍ଜଳି ପ୍ରଧାନ,ଶ୍ରୀମତୀ ଲଳିତା ସାହୁ ଏବଂ ଶ୍ରୀଯୁକ୍ତ କାଳନ୍ଦୀ ଚରଣ ଶତପଥୀ ଯୋଗ୍ ଦେଇଥିଲେ।ଶିଶୁ ମନ୍ଦିରକୁ ସାହାଯ୍ୟ କରିଲେ ଶିଶୁ ତଥା ବିଦ୍ୟାଳୟ ର ଉନ୍ନତି ହେବ ବୋଲି ଅତିଥି ଶ୍ରୀମତୀ ବିଶ୍ବବିଜୟିନୀ ମିଶ୍ର କହିଥିଲେ।ଏହି ଅବସରରେ ସମାଜ କୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବାବୁଲି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

About The Author

Add Comment