ଭୁବନେଶ୍ଵର, ୨୭/୦୪/୨୦ (ସନ୍ଧାନ ନିଉଜ) : ଲକ୍ ଡାଉନ୍ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଓଡ଼ିଆ ଶ୍ରମିକମାନଙ୍କୁ ଗୁଜରାଟରୁ ଓଡିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବସ୍ ଯୋଗେ ସେମାନଙ୍କୁ ଅଣାଯିବ। ଏ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହିତ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି। ସେଥିପାଇଁ ଦୁଇ ରାଜ୍ୟର ଦୁଇଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନେଇ ସମନ୍ୱୟ କମିଟି ଗଠନ ହେବ। ବସ୍ ଯୋଗେ ଫେରିବା ପରେ ସମସ୍ତ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି।
ଓଡ଼ିଆ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ନବୀନ
|
April 27, 2020 |
