ପୁରୀ, ୨୦/୦୪(ସନ୍ଧାନ ନିୟୁଜ) ପରାଜ୍ୟରେ ଲକ ଡାଉନ ପରିସ୍ଥିତିକୁ ନେଇ ପୁରୀ ମନ୍ଦିର ପ୍ରବେଶ ନେଇ କଟକଣା ଜରି ହୋଇଛି । ଏପରକି ମୁଖ୍ୟ ସେବକ ଛଡା କୌଣସି ଭକ୍ତ, ଶ୍ରଦ୍ଧାଳୁ ବା ଅନ୍ୟ କେହି ପୁରୀ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ମାତ୍ର ଏହାକୁ ଉଲ୍ଲଘନ କରାଯାଇ ବିଭିନ୍ନ ସମୟରେ କିଛି ମୁଷ୍ଟିମେୟ ଲୋକ ମନ୍ଦିରକୁ ଅବାଧ ପ୍ରବେଶ କରୁଛନ୍ତୁ । ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ବଡଚଣା ଥାନା ଅଧିକାରୀ ଦିପକ କୁମାର ଜେନା ପୁରୀ ମନ୍ଦିରେ ଅବାଧ ପ୍ରବେଶ କରିବା ଫଳରେ ସିଂହଦ୍ୱାରା ଥାନାରେ ନିଜର ସପରିବାର ସହିତ ଅଟକ ରହିବା ପରେ ଜାମିନରେ ଆସି ନିଲମ୍ବିତ ହୋଇଥିବା ଜଣାପଡିଛି । ଥାନା ଅଧିକାରୀ ଶ୍ରୀ ଜେନା ନିଜର ସପରିବାର ସହିତ ଜୌନିକ ଠିକାଦାରଠାରୁ ଏକ ସ୍କ୍ରୋପିଓ ଗାଡି ନମ୍ବର ଓଡି୦୫ଏଏଫ-୦୫୦୦ ଆଣି ସେଥିରେ ବେଆଇନ୍ ଭାବେ ନାଲିବତି ଗାଡି ଲଗାଇ ପରିବାର ସହିତ ପୁରୀ ଯାଇଥିଲେ । ଦକ୍ଷିଣଦ୍ୱାର ଦେଇ ପୁରୀ ମନ୍ଦିରକୁ ପ୍ରବେଶ କରିଥିଲେ । ଏହି ସମୟରେ ସେଠାରେ ସୁରକ୍ଷା ପାଇଁ ନିୟୋଜିତ ଗାର୍ଡ କାହ୍ନୁଚରଣ ଗୌଡ ତାଙ୍କୁ ଅଟକାଇବା ପରେ ନିଜକୁ ଥାନା ଅଧିକାରୀର ପରିଚୟ ଦେଇ ଭିତରେ ପ୍ରବେଶ କରିଥିଲେ । ବାହାରିବା ପରେ କଥା ପ୍ରଘଟ ହେବା ପରେ ଗାଡିଟିକୁ ସେବାୟତ ମାନେ ଅଟକ ରଖିବା ସହିତ ଗାର୍ଡଜଣଙ୍କ ସିଂହଦ୍ୱାରା ଥାନାରେ ଏତଲା ଦେଇଥିଲେ । ଫଳରେ ସିଂହଦ୍ୱାରା ଥାନା ସମସ୍ତଙ୍କଚୁ ଅଟକ ରଖିଥିଲା । ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଡିଜିପିଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ଏଠାରେ ପ୍ରଶ୍ନ ଉଠୁଛି ଲକଡାଉନ ସମୟରେ ନିଜର ଗରୁଦାୟିତ୍ୱ ଥିବା ବେଳେ ସେ ପୁରୀ କିଭଳି ଏବଂ କଣ ପାଇଁ ଯାଇଥିଲେ । ଯିବା ସମୟରେ ଠିକାଦାରଙ୍କ ଠାରୁ କଣ ପାଇଁ ଗାଡି ନେଇକି ଯାଇଥିଲେ । ଠିକାଦାରଙ୍କ ସହିତ ତାଙ୍କର କି ସର୍ମ୍ପକ ରହିଛି? ଜଣେ ଥାନା ଅଧିକାରୀ ନିୟମ ଉଲ୍ଲଘନ କରିବାକୁ ନେଇ ନାନାଦି କଥା ଆଲୋଚନା ହେଉଛି ।
ପୁରୀ ମନ୍ଦିରରେ ଅବାଧ ପ୍ରବେଶ: ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ନଲମ୍ବିତ
|
April 20, 2020 |
