ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ ଓ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ୫୯ୟୁନିଟ ରକ୍ତ ସଂଗୃହୀତ

Spread the love
ବରଗଡ  : ୧୭/୮/୨୬ (ସନ୍ଧାନ ନ୍ୟୁଜ) ବରଗଡ଼ ସ୍ଥିତ ହାଟ ପଦା, ମନା ବନ୍ଧ ଠାରେ କଳିଙ୍ଗ ବୈଶ୍ୟ ସଙ୍ଘ ପେଣ୍ଠ ଘର ଠାରେ ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ ଓ ନିଷ୍ଠା ପରିବାର ତରଫ ରୁ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି ଭାବରେ ବରଗଡ ବିଧାୟକ ଶ୍ରୀ ଅଶ୍ୱିନୀ ଷଡ଼ଙ୍ଗୀ ଯୋଗ ଦେଇ ଫିତା କାଟି ଆନୁଷ୍ଠାନିକ ଭାବରେ ଶିବିର ର ଶୁଭାରମ୍ଭ କରିଥିଲେ। ଏହି ଶିବିର ରୁ ସର୍ବମୋଟ #୫୯ୟୁନିଟ ରକ୍ତ(୧୨ଜଣ ମହିଳା ରକ୍ତ ଦାତା ରକ୍ତ ଦାନ ) ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା। ରକ୍ତ ଭଣ୍ଡାର ରେ ରକ୍ତ ର ଅଭାବ ଥିବା ଖବର ପାଇ ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ ତୁରନ୍ତ ଏକ ରକ୍ତ ଦାନ ଶିବିର ଆୟୋଜନ କରି ସହଯୋଗ ର ହାତ ବଢ଼ାଇଥିଲେ। ଏହି ଶିବିର କୁ ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ ସଭାପତି ବିଜୟ ଲକ୍ଷ୍ମୀ ସୁବୁଦ୍ଧି,ସମ୍ପାଦକ ପୁନମ ପାତ୍ର, କୋଷାଧ୍ୟକ୍ଷ ସୁନୀତା ପାତ୍ର, ପ୍ରଭାତୀ ପାତ୍ର, ଉଷା ରାଣୀ ସୁବୁଦ୍ଧି, ମଞ୍ଜୁଶ୍ରୀ ପାତ୍ର ,ସାଧନା ରାଣୀ ସୁବୁଦ୍ଧି, ରାଧିକା ପାତ୍ର ,ପଲ୍ଲବୀ ପ୍ରିୟ ଦର୍ଶିନୀ ଙ୍କ ସହ ଅନ୍ୟ ସଦସ୍ୟା ଙ୍କ ସହ କଳିଙ୍ଗ ବୈଶ୍ୟ ସଂଘ ର ସଭାପତି ପ୍ରଶାନ୍ତ ପାତ୍ର, ମନୋଜ ସୁବୁଦ୍ଧି ,ଦେବେନ୍ଦ୍ର ପାତ୍ର, ମନୋଜ ପାତ୍ର ,ଚନ୍ଦ୍ର ଶେଖର ପାତ୍ର, ରଞ୍ଜିତ ପାତ୍ର, ଧର୍ମେନ୍ଦ୍ର ପାତ୍ର ଧୀରଜ ପାତ୍ର ,କାମଦେବ ପାତ୍ର, ରଞ୍ଜିବ ସୁବୁଦ୍ଧି ,ଅଶୋକ ପାତ୍ର ,ରଜତ ପାତ୍ର ଅନ୍ୟ ସଦସ୍ୟ ଓ ନିଷ୍ଠା ପରିବାର ର ସଦସ୍ୟ ସଦସ୍ୟା ସୁପରିଚାଳନା କରିଥିଲେ। ପରିସେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ଦିଶା କଳିଙ୍ଗ ବୈଶ୍ୟ ମହିଳା ସଂଘ କୁ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୁତି ଫଳକ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ସହଯୋଗୀ,ଶୁଭେଚ୍ଛୁ, ଆୟୋଜକ ସମସ୍ତ ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ

Related Posts

About The Author

Add Comment