ବସ୍ ରେ ୧୧କେଭି ବିଦ୍ୟୁତ ତାର ଲାଗି ୧୦ ଜଣଙ୍କ ମୃତ୍ୟୁ

Spread the love

ବ୍ରହ୍ମପୁର, ୦୯/୦୨/୨୦ (ସନ୍ଧାନ ନିଉଜ) : ବ୍ରହ୍ମପୁର ଜିଲ୍ଲାରେ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଗଞ୍ଜାମରେ ଜଳିଯାଇଛି ‘ସିଲ୍‌କ ସିଟି’ ନାମକ ବସ୍‌। ସେଥିରେ ଥିବା ୪୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ପାଖାପାଖି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଘଟଣା ଆଜି ମଧ୍ୟାନ୍ନରେ ବ୍ରହ୍ମପୁରର ଗୋଳନ୍ଥରା ମେଣ୍ଡରାଜପୁର ଗାଁରେ ଘଟିଛି। ଆହତମାନଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଉଛି। ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଜଣାପଡ଼ିଛି।

ବାହାଘର ନିର୍ବନ୍ଧ ପାଇଁ ଏହି ବସରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ହୋବ ବୋଲି ଓଡ଼ିଶା ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ପ୍ରକାଶ କରିଛନ୍ତି। ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ୩ ଜଣ ଗୁରୁତରଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Related Posts

About The Author

Add Comment