ଗଡ଼ିଲା ସୁରକ୍ଷା ସଚେତନତା ରଥ

Spread the love

ରାଉରକେଲା, ୧୧/୦୧/୨୦ (ସନ୍ଧାନ ନିଉଜ/ଏସ ନାୟକ) : ଆଜି ଠାରୁ ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ, ରାଉରକେଲାବାସୀଙ୍କୁ ସଚେତନ କରାଇବା ଲାଗି ମଧ୍ୟାହ୍ନରେ ସଡ଼କ ସୁରକ୍ଷା ରଥ ସାରନଗରୀ ପରିକ୍ରମା କରିଥିଲା । ଏହି ରଥ ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ସାରନଗରୀର ଗଂଜୁ ମାର୍କେଟ, ମା’ ମଙ୍ଗଳା ଛକ,  ସେଲ ହସ୍ପିଟାଲ ରାସ୍ତା ଦେଇ ପାଣିଟାଙ୍କି ଅତିକ୍ରମ କରିଥିଲା । ରାସ୍ତାରେ ଯାତାୟତ କରୁଥିବା ପଥଚାରୀ ଓ ଚକିଆ ବାଇକ ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ନିୟମ ମାନିବା, ହେଲମେଟ ପିନ୍ଧିବା, ଗାଡ଼ି ଚାଳନା ସମୟରେ ମୋବାଇଲ ବ୍ୟବହାରରୁ ନିବୃତ ରହିବା ସମ୍ବନ୍ଧରେ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରାଯାଇଥିଲା । ସାରନଗରୀରେ ଆରଟିଓ ପକ୍ଷରୁ ଏହିଭଳି ଅଭିଯାନକୁ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।

Related Posts

About The Author

Add Comment