ରାଉରକେଲା,(ସନ୍ଧାନ ନିୟୁଜ): ଅଦ୍ୟ ରଙ୍ଗୋଲି ଛକ ଶିବ ମନ୍ଦିର ପ୍ରାଙ୍ଗଣରେ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଂଚର ଆହ୍ୱାନ କ୍ରମେ ଶତାଧିକ ଜନସାଧାରଣ, ଜନପ୍ରତିନିଧି, ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ତଥା ବରିଷ୍ଠ ନାଗରିକଙ୍କ ଉପସ୍ଥିତିରେ ଶ୍ରୀ ଅଜୟ ଶର୍ମାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ କରାଯାଇଥିଲା । ଏହି ସଭାରେ ଦଳମତ ନିର୍ବିଶେଷରେ ହେକେଟ ରାସ୍ତା ଅବରୋଧ ବିରୁଦ୍ଧରେ ବ୍ୟାପକ ପ୍ରତିକ୍ରିୟା ପରିପ୍ରକାଶ ପାଇଥିଲା । ପ୍ରକାଶ ଥାଉକି, ଉକ୍ତ ରାସ୍ତାଦେଇ ବଣାଇଁ ଠାରୁ ଦେଓଗାଁ ପର୍ଯ୍ୟନ୍ତ ଏକ ବ୍ୟାପକ ଅଂଚଳରୁ ପ୍ରତିଦିନ ୫ ହଜାରରୁ ଉର୍ଦ୍ଧ ଜନସାଧାରଣ, ବିଦ୍ୟାର୍ଥୀ, ଶ୍ରମିକ, ବ୍ୟବସାୟୀ ତଥା ଡାକ୍ତରଖାନାକୁ ଛୋଟବଡ଼ ଗାଡ଼ିରେ ଯିବା ଆସିବା କରିବା ପାଇଁ ଉକ୍ତ ରାସ୍ତାକୁ ବ୍ୟବହାର କରିଥାନ୍ତି । ଏହି ଅଂଚଳରେ ଜନସାଧାରଣ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜିବୀକା ପାଇଁ ରାଉରକେଲା ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି । ଆରଏସପି ଏହି ରାସ୍ତାକୁ ଅବରୋଧ କରିବା ଦ୍ୱାରା ଉକ୍ତ ଅଂଚଳର ସମସ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ସମୟ ଓ ଅର୍ଥର ଅପବ୍ୟୟ ହେଉଛି । ତା ଛଡ଼ା ପ୍ରତିଦିନ ହଜାର ହଜାର ଲିଟର ପେଟ୍ରୋଲ, ଡିଜେଲ ବ୍ୟବହାର ହେବା ଦ୍ୱାରା ଦେଶର ବୈଦେଶିକ ମୁଦ୍ରାହାନି, ପରିବେଶ ପ୍ରଦୂଷଣ, ଟ୍ରାଫିକର ଭୟାଭୟ ସମସ୍ୟା ସୃଷ୍ଟି ହେଉଛି । ଏଇ ରାସ୍ତା ଅବରୋଧ ଦ୍ୱାରା ବରିଷ୍ଠ ନାଗରିକ ତଥା ପରିବାରବର୍ଗ ବିଶେଷ ଅସୁବିଧାର ସମ୍ୁଖୀନ ହେଉଛନ୍ତି । ଏହି ଦାବି ନେଇ ଏଇ ରାସ୍ତାକୁ ତୁରନ୍ତ ଖୋଲିବା ପାଇଁ ଏ ଅଂଚଳର ଜନପ୍ରତିନିଧି ଓ ଜନସାଧାରଣ ଦୃଢ ଭାବରେ ଦାବିକୁ ପୂରଣ କରିବା ପାଇଁ ମତାମତ ଦେଇଥିଲେ । ଏମାନଙ୍କ ମଧ୍ୟରୁ ଲାଠିକଟା ବ୍ଲକ ଅଧ୍ୟକ୍ଷା ରଂଜିତା ଖାଲକୋ, ହାତୀବନ୍ଧା ସରପଂଚ ଚାମର ସିଂ ମୁଣ୍ଡାରୀ ଓ ସମିତି ସଭ୍ୟାଚନ୍ଦ୍ରାବତୀ ଓରାମ, ଲାଠିକଟା ସମିତି ସଭ୍ୟ ଝମକଲାଲ ପୁରାନ, ପୂର୍ବତନ ଜଲଦା ସରପଂଚ ଚିତରଂଜନ ଭୂମିଜ ତଥା ବିଶିଷ୍ଟ ସମାଜସେବୀ ଅରୁଣ କୁମାର ପରିଡ଼ା, କାର୍ତିକ ଭୂମିଜ, କିଶୋର ତନ୍ତୀ, ରବୀନ୍ଦ୍ର ବେହୁରିଆ, ରାଧେଶ୍ୟାମ ବଡ଼ାଇକ, ଲାଲୁ ପ୍ରସାଦ ସାହାନି, ରାମ ପ୍ରସାଦ ସିହ୍ନା, ଶଶି ଭୂଷଣ ସିହ୍ନା, ସ୍ୱାମୀ ସଶ୍ୱାତାନନ୍ଦ ସରସ୍ୱତୀ, ଚନ୍ଦ୍ରଭାନୁ ଦାସ, ମୁରଲୀ ଗୌଡ଼, ଡ. ଅକ୍ଷୟ ସାମଲ, କମଲ କିଶୋର ନାୟକ, ପ୍ରଫୁଲ୍ଲ କୁମାର ପାଣ୍ଡେ, ବନମାଳୀ ଲୋହାର, କମଳେଶ୍ୱର ଶାହା, ସରୋଜ ବେହେରା, ଦୀପକ ମହାପାତ୍ର, ରାଜନ ତନ୍ତୀ, ବସନ୍ତ ଧଳ, ସୁମେର ସିଂ, ଉମେଶ ପଣ୍ଡିତ, ଭରତ କୁମାର ସାହାଣି, ରଂଜିତ କୁମାର ସିଂ, ବିଶ୍ୱବନ୍ଧୁ ରାୟ ଆଦି ରାସ୍ତା ଅବରୋଧ ବିରୁଦ୍ଧରେ ଦୃଢମତ ଦେଇଥିଲେ । ଏହି ସଭାକୁ ସଂଯୋଜନା କରିଥିଲେ ରାଜକିଶୋର ଭଂଜ । ଏହି ସଭାରେ ସର୍ବସମ୍ମତିକ୍ରମେ ନିଷ୍ପତି ନିଆଯାଇଛି ଯେ, ଏକ ପ୍ରତିନିଧି ଦଳ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଉକ୍ତ ଦାବି ତୁରନ୍ତ ପୁରଣ କରିବା ପାଇଁ ଅବଗତ କରେଇବେ । ଏହି ଦାବିକୁ ଯଥାଶୀଘ୍ର ଆରଏସପି ପୂରଣ ନକଲେ ଏକ ବ୍ୟାପକ ଗଣ ଆନେ୍ଦାଳନ କରିବା ପାଇଁ ଦୃଢ ନିଷ୍ପତି ନିଆଯାଇଛି । ଏଥିରେ ପ୍ରଭାବିତ ସମସ୍ତ ଅଂଚଳର ଜନସାଧାରଣଙ୍କୁ ଏକତ୍ରିତ ହୋଇ ଆନେ୍ଦାଳନରେ ସାମିଲ ହେବା ପାଇଁ ଆହ୍ୱାନ ଦିଆଯାଇଛି । ଏଥିପାଇଁ ଆରଏସପି କର୍ତୃପକ୍ଷ ଓ ସାଧାରଣ ପ୍ରଶାସନ ଦାୟୀ ରହିବେ ।
ହେକେଟ ରାସ୍ତା ଅବରୋଧ ବିରୁଦ୍ଧରେ ଦକ୍ଷିଣ ରାଉରକେଲା ନାଗରିକ ମିଳିତ ମଂଚର ଚରମ ନିଷ୍ପତି
|
December 2, 2019 |



