କାର୍ଯ୍ୟରେ ଆସୁନି ନଥେଇପୁର ପାନୀୟ ଜଳ ପ୍ରକଳ୍ପ

Spread the love

ରସୁଲପୁର,୨/୮ (ସନ୍ଧାନ ନିଉଜ/ଜି ଦାସ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ନଥେଇପୁର ୨ନଂ ୱାର୍ଡରେ ସ୍ଥାପନ କରାଯାଇଥିବା ପନୀୟ ଜଳ ପ୍ରକଳ୍ପଟି ଭୂତ କୋଠି ପାଲଥିବା ଦେଖିବାକୁ ମିଳିଚି । ଏଠାରେ ସ୍ୟଚନା ଯୋଗ୍ୟ ଯେ ଏହି ପାନୀୟ ଜଳ ପ୍ରକଳ୍ପଟି ଦିର୍ଘଦିନ ହେଲା ପଡ଼ିରହିଥିବା ବେଳେ ଏହାକୁ ନୁତନ ରୂପ ଦିଆଯାଇ ବସୁଧା ନାମରେ ଏହି ପ୍ରକଳ୍ପଟିକୁ ନାମରେ ନାମିତ କରାଯାଇଥିଲା । ଏହ ପଂଚାୟତରେ ୧୫ଟି ୱାର୍ଡର ଗ୍ରାମବାସୀ ମାନେ ଏହି ପ୍ରକଳ୍ପ ଉପରେ ନିର୍ଭର କରୁଥିବା ବେଳେ, ସ୍ୱଚ୍ଛ ପିଇବା ପାଣି ନାମରେ ବିଭାଗୀୟ ଅଧିକାରୀ ମାନେ ଏହି ପ୍ରକଳ୍ପଟିକୁ ଚାଲୁକରିଥିଲେ । ବିଭିନ୍ନ ଯାଗରେ ଏହି ପାଇପ ଗୁଡ଼ିକ ଫାଟିଯିବା ସହିତ ଏହି ପାଣିରେ ବହୁତ ଆଇରନ ରହୁଥିବାରୁ ଏହି ପାଣିକୁ ଗ୍ରାମବାସୀମାନେ ବ୍ୟବହାର କରିପାରୁ ନାହାଁନ୍ତି । ଆମ ପ୍ରତିନିଧି ବିଭଗୀୟ ଅଧିକାରୀଙ୍କୁ ଏବାବାଦରେ ପଚାରିବାରୁ ଏହି ପାନୀୟଜଳକୁ ଫିଲଟାର କରାଯିବ ବୋଲି ସ୍ୟଚନା ଦେଇଥିଲେ । ଯାହାକି ଏହା କେବଳ ପ୍ରତିଶୃତିରେ ରହିଯାଇଚି । ଏହି ବାବଦରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ଉପରେ ଜିଲ୍ଲା ପ୍ରଶାସନ, ରସୁଲପୁର ବି.ଡି.ଓ, ଏବଂ ଯାଜପୁର ଜିଲ୍ଲାପାଲ ପଦକ୍ଷେପ ନେବା ପାଇଁ ଜନ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment