ବୈପାରିଗୁଡା: ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ

Spread the love

ବୈପାରିଗୁଡା୮/୫ (ସନ୍ଧାନ ନିୟୁଜ) – କୋରାପୁଟ ଜିଲ୍ଲାର ବୈପାରିଗୁଡା ଠାରେ ଥିବା କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପରିସରରେ ବ୍ଲକ ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି ।ଅକ୍ଷର ମୁଠି ଅନୁକୂଳ ହେବା ପରେ ଚାଷୀ ମାନଙ୍କ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଚେତନତା ସଭା ରେ ବୈପାରିଗୁଡା ବିଡ଼ିଓ ଶ୍ରୀଯୁକ୍ତ ରଜନୀକାନ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ଶ୍ରୀ ନନ୍ଦୁ ଜାନୀ ଯୋଗଦାନ କରି ଅଖି ମୁଠି ହେବାର ଦିନ ଠାରୁ ଚାଷୀ ମାନେ ଧାନ ବୁଣିବା ଆରମ୍ଭ କରିଥାନ୍ତି ।ବର୍ତ୍ତମାନ ଚାଷୀଙ୍କ ଚାଷର ଉନ୍ନତି ଆଣିବା ପାଇଁ ବୈଜ୍ଞାନିକ ମାନେ ଉନ୍ନତ ମାନର ଶଙ୍କର ଜାତୀୟ ଧାନ ବାହାର କରି ଥିବାରୁ ଏହି ଶଙ୍କର ଜାତୀୟ ଧାନକୁ ଚାଷୀମାନେ ଚାଷ କିପରି ଭାବରେ କଲେ ଅଧିକ ଅମଳ କ୍ଷମ ହୋଇପାରିବେ ସେ ସମ୍ପର୍କରେ ଅବଗତ କରିବା ସହିତ ଶଙ୍କର ଜନିତ ଧାନ ଗଛକୁ ଆକ୍ରମଣ କରୁଥିବା ବିଭିନ୍ନ ରୋଗକୁ କିପରି ଚାଷୀମାନେ ସହଜରେ ଦମନ କରି ପାରିବେ ସେ ସମ୍ପର୍କରେ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ କୃଷି ଅଭରସିଅର ଲକ୍ଷ୍ମୀ ନାରାୟଣ ପାଳ,ଗଣପତି ପ୍ରଧାନ,ମଦନ ମିଶ୍ର, ଦୁର୍ଗା ପ୍ରସାଦ ପାତ୍ର,ମହେନ୍ଦ୍ର ନାୟକ, ସଦାନନ୍ଦ ମଲ୍ଲିକ ଉପସ୍ଥିତ ଥିବା ବେଳେ ଗ୍ରାମ୍ୟ କୃଷି ଅଧିକାରୀ ମାନଙ୍କ ମଧ୍ୟରୁ ସସ୍ମିତା ମହାପାତ୍ର,ସସ୍ମିତା ସାମନ୍ତରାୟ,ସୁମିତ୍ରା ମହାପାତ୍ର,ମୁକ୍ତା ଶବର,ଦିଲ୍ଲୀପ ତ୍ରିପାଠୀ,ଶିବ ଶଙ୍କର ସାହୁ,କେ. ଶଙ୍କର ରାଓ,ସନ୍ତୋଷ ପାଢ଼ୀ,BTM – ମନାଲୀସା ପାଢ଼ୀ,ATM – ସାଗରିକା ଦାସ ଙ୍କ ସମେତ କୃଷି ବିଭାଗ ର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ ।

 

ରିପୋର୍ଟ – ସରୋଜ କୁମାର ଲେଙ୍କା

Related Posts

About The Author

Add Comment