ଧାମନଗର: କରତ କଳ ଉପରେ ଆଜି ଭିଜିଲାନ୍ସ ଓ ବନ ବିଭାଗର ପକ୍ଷରୁ ଚଢଉ

Spread the love
  •  
  •  
  •  
  •  
  •  

ଭଦ୍ରକ, ୦୭/୦୪/୨୧ (ସନ୍ଧାନ ନିଉଜ) – ଧାମନଗର ଖାନକା ନିକଟରେ ଥିବା ଏକ କରତ କଳ ଉପରେ ଆଜି ଭିଜିଲାନ୍ସ ଓ ବନ ବିଭାଗର ପକ୍ଷରୁ ଚଢଉ କରାଯାଇ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଛି । ଧାମନଗର ଅଂଚଳରେ କରତ କଳ ବନ୍ଦ ଥିବା ବେଳେ ଉକ୍ତ କରତ କଳ ଲୁଚିଛପି ଚଳାଇ ଆସୁଥିବା ଭିଜିଲାନ୍ସ ବିଭାଗ ନିକଟରେ ଖବର ଥିଲା । ଆଜି ସକାଳେ ସେଠାରେ କଟକ ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ସହିତ ଭଦ୍ରକ ବନଖଣ୍ଡ ଅଧିକାରୀମାନେ ପହଂଚି ଚଢଉ କରିଥିଲେ । ତେବେ କରତ କଳରେ ବ୍ୟବହୃତ ଯନ୍ତ୍ରାଂଶ ଓ ସେଠାରେ ମହଜୁତ ଥିବା କାଠକୁ ଜବତ କରାଯାଇଛି । ଏହି ଚଢଉରେ ଡିଇଏଫ ରଜନୀକାନ୍ତ ମହାନ୍ତି, ଏସିଏଫ ସାଧନା ବେହେରା, ଭଦ୍ରକ ରେଞ୍ଜ ଅଫିସର ରଣଜିତ ମହାନ୍ତି ଓ ଧାମନଗର ରେଞ୍ଜ ଅଫିସର କୁଶଚରଣ ସିଂହଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

Related Posts

About The Author

Add Comment