ସୁନ୍ଦରଗଡ ତା:୧୬/୬/୨୦୨୬(ସନ୍ଧାନ ନ୍ୟୁଜ) ତଳସରା ଥାନା ଅନ୍ତର୍ଗତ ଟାଙ୍ଗର ଗାଁ ପଞ୍ଚାୟତରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍ଥାନୀୟ ପ୍ରଶାସନର ଆଡରେ ବଜାର ଦିନ ବଜାର ନିକଟରେ ଚାଲିଛି କୁକୁଡ଼ା ଲଡ଼େଇ ସହିତ ଜୁଆ ଖେଳ । ଗତ ମଙ୍ଗଳବାର ଦିନ ବଜାର ଠିକା ନେଇଥିବା ଟାଙ୍ଗର ଗାଁ ଗ୍ରାମର ଦୀପକ ଆପଟ (୩୫ବର୍ଷ) ବଜାର କୁ ଆସିଥିଲେ ।ଦେଖିଲା ବେଳକୁ ବଜାର ଖାଲି ଦେଖାଯିବା ରୁ କିଛି ଦୋକାନୀଙ୍କୁ ଏହାର କାରଣ ପଚାରି ବୁଝୁଥିଲେ । ସୂଚନା ଅନୁସାରେ ବଜାର ବଶାଉଥିବା କିଛି ଦୋକାନୀ ଦୋକାନ ସବୁ କିଛି ଦୁରରେ ଥିବା କୁକୁଡ଼ା ଲଢେଇ ସହିତ ଜୁଆ ଚାଲୁଥିବା ସ୍ଥାନରେ ବଶାଇଥିବା ଦେଖି ସେମାନଙ୍କୁ ଦୀପକ ଆପଟ ବୁଝାସୁଝା କରୁଥିଲେ । ସେହି ସମୟେ ଜୁଆ ଆଡ୍ଡା ରେ ଥିବା କିଛି ଝାରଖଣ୍ଡ ଲୋକ ଆସି ତାଙ୍କ ସାଙ୍ଗରେ ଗଣ୍ଡଗୋଳ କରିବା ସହିତ ତାଙ୍କୁ ନିସ୍ତୁକ ମାଡ ମାରିବା ସହିତ ତାଙ୍କ ବାଇକ କୁ ନେଇ ପଳେଇ ଯାଇଥିଲେ । ପରେ ସେ ଜଣେ ଯୁବକ ଙ୍କ ସହାୟତାରେ ସବଡେଗା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ତଳସରା ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତଳସରା ଥାନା ଅଧିକାରୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
ସ୍ଥାନୀୟ ପ୍ରଶାସନ ଆଡରେ ଚାଳୁଛି କୁକୁଡ଼ା ଲଢେଇ ସହିତ ଜୁଆ,ବଜାର ପାଇଁ ଅଞ୍ଚଳବାସି ପୀଡ଼ିତ
|
April 16, 2026 |



