ଯାଜପୁର ଜିଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

Spread the love

ନିରପେକ୍ଷ, ନିର୍ଭିକ ସାମ୍ବାଦିକ ଗଠନ ଦିଗରେ ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ  ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର କୋଳଥଳ ସ୍ôଥିତ ଏସ୍‌.ଏସ. ପାଲେସ ସମ୍ମିଳନୀ କକ୍ଷରେ ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଅନୁବନ୍ଧିତ ଯାଜପୁର ଜିଲା ସାମ୍ବାଦିକ ୟୁନିୟନ(ଯାଜପୁର ୟୁନିୟନ ଅଫ୍  ଜର୍ଣ୍ଣାଲିଷ୍ଟ,ଜେୟୁଜେ) ଶାଖା ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲା ସଂଘର ସଭାପତି ରଞ୍ଜିତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ “ସାମ୍ବାଦିକତା”- ଆକାଂକ୍ଷିତ ଜନାଦୃତି ନା ଉର ଦାଇତ୍ୱ ସଂପର୍କିତ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଯୋଗଦେଇଥିବା ରାଜ୍ୟ ଓ ଜିଲାର ଧୁରୀଣ ବକ୍ତାମାନେ ସାମ୍ବାଦିକମାନଙ୍କ ସମସ୍ୟା ଉପରେ ଆଲୋଚନା କରି ଗଣମାଧ୍ୟମ ସାମଜର ଦର୍ପଣ ବୋଲି ଅଭିହିତ କରିଥିଲେ । ସାଧାରଣ ଲୋକଙ୍କ ସ୍ୱରକୁ ଓ ଘଟଣା ପଛରେ ଲୁଚି ରହିଥିବା ସତ୍ୟକୁ ଉନ୍ମୋଚିତ କରି ନିରନ୍ତର ଖବର ପ୍ରସାରଣ କରିବା ପାଇଁ ସାମ୍ବାଦିକମାନଙ୍କୁ ନିରପେକ୍ଷ ଓ ନିର୍ଭିକ ହେବାକୁ ପଡିବ । ଏ ଦିଗରେ ସାମ୍ବାଦିକତା କରିବା ସମୟରେ ବହୁ ଘାତପ୍ରତିଘାତ, ବାଧାବିଘ୍ନ ଉପୁଯିବ । ତାକୁ ସମ୍ମୁଖୀନ ହୋଇ ସାମ୍ବାଦିକତା କରିବା ଦିଗରେ ସୁଯୋଗ ସୃଷ୍ଟି କରିବା ସାଂପ୍ରତିକ ସ୍ଥିତିରେ ଏକ ବଡ ଆହ୍ୱାନ ପାଲଟିଛି । ଏହି ଆହ୍ୱାନକୁ ସଫଳ କରିବା ସକାଶେ ସରକାର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରି ସାମ୍ବାଦିକମାନଙ୍କୁ ନିର୍ଭିକ, ନିରପେକ୍ଷ ହେବା ସୁଯୋଗ ସୃଷ୍ଟି କରିବାକୁ ଆହ୍ୱାନ ଦିଆଯାଇଛି । ଖବର ପ୍ରସାରଣ ସମୟରେ କେବଳ ଜନାଦୃତିକୁ ଗୁରୁତ୍ୱ ନଦେଇ ସାମ୍ବାଦିକତାର ଉର ଦାଇତ୍ୱ ପ୍ରତି ଯତ୍ନବାନ ହେବାକୁ ସାମ୍ବାଦିକମାନଙ୍କୁ ପରାମର୍ଶ ଦିଆଯାଇଛି । ରାଜ୍ୟ ଓ ବିଭିନ୍ନ ଜିଲା ସଂଘ ପକ୍ଷରୁ ସାମ୍ବାଦିକମାନଙ୍କୁ ଅବସରକାଳୀନ ଭା , ସୁରକ୍ଷା ଓ ଅଧିସ୍ୱୀକୃତି କରିବା ପାଇଁ ଲଢେଇ ଜାରି ରହିଛି । ସାମ୍ବାଦିକମାନଙ୍କ ଭା ଓ ସୁରକ୍ଷା ବିଲ୍ ସଂପର୍କିତ ଫାଇଲ ସରକାରୀସ୍ତରରେ ବିଚରାଧିନ ରହିଛି । ତାକୁ ଲାଗୁ କରିବା ପାଇଁ ସରକାର ପ୍ରତିଶ୍ରୃତି ଦେଇ କାର୍ଯ୍ୟକାରୀ କରୁନଥିôବା ନେଇ ଆଲୋଚନାଚକ୍ରରେ କ୍ଷୋଭ ପ୍ରକାଶ କରାଯାଇଛି । ଏ ଦିଗରେ ଭାରତ ଗଣମାଧ୍ୟମ ପରିଷଦ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପତ୍ର ଜରିଆରେ ଉକ୍ତ ବିଷୟକୁ କାର୍ଯ୍ୟକାରୀ କରିବା ଦିଗରେ ବିଲ ଆଣିବାକୁ ଅବଗତ କରାଯାଇଛି । ଆସନ୍ତା ୩ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆନଗଲେ ଏ ଦିଗରେ ପରିଷଦ ପକ୍ଷରୁ  ପୁନଃର୍ବାର ସରକାରଙ୍କୁ ପତ୍ର ଜରିଆରେ ସରକାରଙ୍କୁ ମନେ ପକାଇ ଦିଆଯିବ । ଏଥି ସକାଶେ ଜିଲାର ବିଭିନ୍ନ ସଂଗଠନ ପକ୍ଷରୁ ଦାବି ପୂରଣ ନହେବା ଯାଏଁ  ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ପ୍ରକାଶ କରାଯାଇଛି । ଏଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ଦୈନିକ ଖବର କାଗଜ ସମାଜର ପୂର୍ବତନ ସଂପାକଦ କାନନ ବିହାରୀ ଦାଶ, ମୁଖ୍ୟବକ୍ତା ଭାବରେ ରାଜ୍ୟରେ ଚର୍ଚ୍ଚିତ ସାମ୍ବାଦିକା ସ୍ୱାତୀ ଜେନା, ସମ୍ମାନିତ ଅତିଥି ଭାବେ ରାଜ୍ୟ ଆଇନ ପରିଷଦର ଉପ-ସଭାପତି ରାଜୀବ କୁମାର ମହାନ୍ତି, ଓୟୁଜେର ସାଧାରଣ ସଂପାଦକ କିଷାନ ରାଉତ, ଓୟୁଜେ ଟ୍ରାଇବୁନାଲ କମିଟିର ଅଧ୍ୟକ୍ଷ ଅଭୟ କୁମାର ପତି, ରାଜ୍ୟ ସଂଘ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଆଦିତ୍ୟ ମେକାପ, ବାସନ୍ତି ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଜନ୍ମେୟ ସାହୁ ପ୍ରମୁଖ ଯୋଗଦେଇ ଉଦିଷ୍ଟ ବିଷୟ ସଂପର୍କରେ ମତବ୍ୟକ୍ତ କରିଥିଲେ । ଜେୟୁଜେର ସଂପାଦକ ତପନ କୁମାର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଦେବୀ ପ୍ରସନ୍ନ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବାସନ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମୁଖ୍ୟଅତିଥି ଶ୍ରୀ ଦାସ ଓ ମୁଖ୍ୟବକ୍ତା ସୁଶ୍ରୀ ଜେନାଙ୍କୁ ମାନପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିବା ବେଳେ ଯାଜପୁର ଜିଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଟ୍ରଷ୍ଟର ଅଧ୍ୟକ୍ଷ ସାମାଜିକର୍ମୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା । ଜିଲା ସଂଘର ଟ୍ରାଇବୁନାଲ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ

Related Posts

About The Author

Add Comment