ସମ୍ବଲପୁର ମିଶନ୍ ଫର୍ ନେସନ୍ – ବୁଦ୍ଧିଜୀବୀ ସମ୍ମିଳନୀରେ ୨ କେନ୍ଦ୍ରମନ୍ତ୍ରୀ:ସମ୍ବଲପୁରର ସଂସ୍କୃତି, ଐତିହ୍ୟ ଓ ବିଶ୍ଵ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହେବ

Spread the love
  •  
  •  
  •  
  •  
  •  

ସମ୍ବଲପୁର,ସନ୍ଧାନ ନ୍ୟୁଜ:ଅପାର ସମ୍ଭାବନାର ଅଞ୍ଚଳ ହେଉଛି ସମ୍ବଲପୁର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅମଳରେ ଆଇଆଇଏମ, ସମ୍ବଲପୁର ସମେତ ଅନେକ ଶିକ୍ଷାନୁଷ୍ଠାନ ଗଢିଉଠିଛି । ଆଗାମୀ ଦିନରେ ସମ୍ବଲପୁର ୫ ପ୍ରମୁଖ ଶିକ୍ଷାନୁଷ୍ଠାନକୁ ମିଶାଇ ଶିକ୍ଷା ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ ବୋଲି ରବିବାର ସମ୍ବଲପୁରରେ ମିଶନ୍ ଫର୍ ନେସନ – ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ନାଗରିକ ପରିଷଦ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଶିଷ୍ଟ କୁଟନୀତିଜ୍ଞ ଏସ. ଜୟଶଙ୍କରଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ୍ ପ୍ରତିଷ୍ଠା ହୋଇଛି । ଏହି ଅଞ୍ଚଳରେ ଭିସୁଟ୍, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏହି ୫ଟି ଶିକ୍ଷାନୁଷ୍ଠାନକୁ ମିଶାଇ ଆଗାମୀ ଦିନରେ ସମ୍ବଲପୁରକୁ ଅର୍ଥନୀତିର ପେଣ୍ଠସ୍ଥଳୀ କରିବାକୁ ଉଦ୍ୟମ କରାଯିବ । ଏଠାକାର ଛାତ୍ରଛାତ୍ରୀ ବିଶ୍ୱ ସମସ୍ୟାର ସମାଧାନର ସୂତ୍ର ବାହାର କରିବେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୬-୧୭ ମସିହାରେ ମୋଦୀ ସରକାରରେ ହିଁ ସମ୍ବଲପୁରରେ ପାସପୋର୍ଟ ଅଫିସ ଖୋଲାଗଲା । ସମ୍ବଲପୁରକୁ ସଠିକ ଭାବରେ ଆନ୍ତର୍ଜାତିକ ସ୍ତରରେ ଯୋଡ଼ାଯିବାର ଲକ୍ଷ୍ୟ ନେଇ ପୋଷ୍ଟ ଅଫିସରେ ପାସପୋର୍ଟ ଦେବାର କାର୍ଯ୍ୟ ଆରମ୍ଭ ହେଲା । ଏହା ହେଉଛି ମୋଦୀ ସରକାରଙ୍କ ଦୂରଦୃଷ୍ଟି । ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀ କହିଛନ୍ତି ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ଏହାକୁ ପର୍ଯ୍ୟଟନର କେନ୍ଦ୍ର ସହ ଶୀତଳ ଷଷ୍ଠୀକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଆବଶ୍ୟକତା ରହିଛି । ସମ୍ବଲପୁର ପର୍ଯ୍ୟଟନ, ଐତିହ୍ୟ, ସଂସ୍କୃତି ବିଶ୍ଵ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ ହେବ ।କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ୨୪ ବର୍ଷ ଯେଉଁମାନଙ୍କ ହାତରେ ଶାସନ ଦାୟିତ୍ୱରେ ରହିଲା, ସେମାନେ ଓଡ଼ିଶାକୁ ଗୁରୁତ୍ୱ ଦେଲେନାହିଁ । ଅପାର ସମ୍ଭାବନାର ରାଜ୍ୟ କାହିଁକି ଏହି ଜାଗାରେ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଯଦି ନରେନ୍ଦ୍ର ମୋଦୀ ୧୦ ବର୍ଷରେ ଭାରତକୁ ବିଶ୍ୱ ଦରବାରରେ ପରିଚିତ କରାଇପାରିଲେ ନାହିଁ, ଓଡ଼ିଶାକୁ କାହିଁକି କରାଯାଇପାରିଲା ନାହିଁ ? ସମ୍ବଲପୁରକୁ ଏକ ବୈଷୟିକ କେନ୍ଦ୍ର ହେବାର ସବୁ ସମ୍ଭାବନା ଥିବା ସତ୍ତ୍ୱେ ସେପରି ସ୍ଥିତିରେ ପଡିରହିଛି । ଏଥର ଓଡ଼ିଶାରେ ଶାସନ ପ୍ରଣାଳୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ହେଲେ ସମ୍ଭାବନା ସମ୍ଭବରେ ପରିଣତ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କାର୍ଯ୍ୟ ଓ ମାର୍ଗଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ । ଏହାର ଏକ ଉଦାହରଣ ଦେବାକୁ ଯାଇ ସେ କହିଥିଲେ ସମ୍ବଲପୁର ବାସିନ୍ଦା ଏମବି ସୁବ୍ରମଣ୍ୟମଙ୍କ ଝିଅ ୟୁକ୍ରେନରେ ଫସି ରହିଥିଲେ ଏବଂ ଅପରେସନ ଗଙ୍ଗାରେ ମୋଦୀ ସରକାରଙ୍କ ସହଯୋଗରେ ସେଠାରୁ ସେ ସୁରକ୍ଷିତ ଭାବେ ଉଦ୍ଧାର ହୋଇପାରିଥିଲେ । ଏମବି ସୁବ୍ରମଣ୍ୟମଙ୍କ କାହାଣୀ ଶୁଣିବା ପରେ ପୁଣି ଥରେ ମୋଦି ହେ ତୋ ମୁମକିମ ହେ ମନେ ପଡ଼ିଯାଉଛି । ଏହି କାହାଣୀ ପ୍ରତିଟି ନାଗରିକଙ୍କ ସୁରକ୍ଷା ଓ ମଙ୍ଗଳ ନେଇ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ଯେତେ ବାଧାବିଘ୍ନ ସମସ୍ୟା ଥିଲେ ମଧ୍ୟ ନାଗରିକଙ୍କ ସୁରକ୍ଷା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ସର୍ବୋପରି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଥିଲେ ।ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ସମ୍ବଲପୁରର ଶତାଧିକ ବୁଦ୍ଧିଜୀବୀ ବିଶିଷ୍ଟ ଗଣମାନ୍ୟ ବ୍ୟକ୍ତିବିଶେଷମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment