ନବରଙ୍ଗପୁର , 17.01.2021(ସନ୍ଧାନ ନିଉଜ୍): ପୁଣିଥରେ ତୃଣମୂଳସ୍ତରର ଅଧିକାରୀଙ୍କ ଉପରେ ବାଜିଛି ଦୁର୍ନୀତି ଛାଟ। ହିତାଧିକାରୀଙ୍କ ଟଙ୍କ ହଡ଼ପ କରି ନିଲମ୍ବିତ ହୋଇଛନ୍ତି ବିଡିଓ ଓ ଜେଇ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ବିଡ଼ିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଓ ଜେଇ ସୁନୀଲ ସାମଲଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର। ଶୌଚାଳୟ ପାଇଁ ଆସିଥିବା ଟଙ୍କା ହଡ଼ପ କରିବା ନେଇ ଉଭୟ ଅଧିକାରୀଙ୍କ ନାଁରେ ହୋଇଥିଲା ଅଭିଯୋଗ। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ଝରିଗାଁ ବ୍ଲକ୍ରେ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ ଘଟଣାର ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟକୁ ତର୍ଜମା କରିବା ପରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଉଭୟ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।
ତାଜା ଖବର
- ଯାଜପୁର ରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି: ଘରକୁ ଘର ଭୋଟର ସର୍ଭେ କାର୍ଯ୍ୟର ସମୀକ୍ଷା କଲେ ଅତିରିକ୍ତ ଶାସନ ସଚିବ ଗୀତାରାଣୀ ପଟ୍ଟନାୟକ
- ଭକ୍ତି, କର୍ତ୍ତବ୍ୟ ଓ ଜନସହଯୋଗର ଅନନ୍ୟ ଉଦାହରଣ କେନ୍ଦ୍ରାପଡ଼ା ଲକ୍ଷ୍ମୀପୂଜା ଭସାଣି; ଜନସାଧାରଣଙ୍କୁ ଆଇଜି ଡଃ ସତ୍ୟଜିତ ନାୟକଙ୍କ କୃତଜ୍ଞତା
- ଜିଲ୍ଲା ସ୍ତରୀୟ ୩୨ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ପ୍ରତିଯୋଗିତା -୨୦୨୬ରାଜ୍ୟ ସ୍ତରକୁ ୩ ଜଣ ମନୋନୀତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ-ପେପର ଡାଉନ ଲୋଡ କରନ୍ତୁ
- ତିଳେଇକାନି ଗ୍ରାମ ପଞ୍ଚାୟତ ର ଧନିଆଁପୁଞ୍ଜି ଗ୍ରାମ ସରକାରୀ ଯୋଜନାରୁ ବଞ୍ଚିତ
- କାର୍ରେ ଗଞ୍ଜେଇ ଚାଲାଣ ବେଳେ ପୁଲିସର ଚଢ଼ାଉ, ୩ ଗିରଫ ପୁରୁଣାଗଡ଼ ରେଳ ଓଭରବ୍ରିଜ୍ ନିକଟରୁ ୨ କେଜି ଗଞ୍ଜେଇ ଜବତ, ଟାଟା ଇଣ୍ଡିଗୋ କାର୍ ଜବତ
- ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଜମନକିରା ଡିଗ୍ରୀ କଲେଜରେ ସଚେତନତା କାର୍ଯ୍ୟକ୍ରମ ମିନି ମାରାଥନ୍ ଓ ନୁକ୍କଡ଼ ନାଟକ ମାଧ୍ୟମରେ ନିଶା ବିରୋଧୀ ବାର୍ତ୍ତା ପ୍ରଚାର
- ୭ ମାସ ହେଲା ଡାକ୍ତର ଓ ଫାର୍ମାସିଷ୍ଟ ନାହାନ୍ତି, ହେଲ୍ଥ ୱାର୍କରଙ୍କ ଭରସାରେ ଜମନକିରା ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ନିଯୁକ୍ତି ଦାବିରେ ତେଜିଲା ଜନ ଅସନ୍ତୋଷ, ରାସ୍ତାରୋକ ଓ ସିଡିଏମଓ କାର୍ଯ୍ୟାଳୟ ଘେରାଉ ଚେତାବନୀ
- ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ ଓ ଅସଦାଚରଣ ଅଭିଯୋଗ, ଅଭିଯୁକ୍ତ ଗିରଫ
- ଯାଜପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୨୨୦ ଟି ଅଭିଯୋଗ ପଞ୍ଜୀକୃତ, ୮୪ ଟିର ତୁରନ୍ତ ସମାଧାନ



