ସୁନ୍ଦରଗଡ଼ ତା:୦୯-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ )ବାଲିଶଙ୍କରା ବ୍ଲକ କୁରେଇ ପଂଚାୟତ ଗଇକନ ପାଳି ଗ୍ରାମରେ ବସବାସ କରୁଥିବା ପ୍ରେମାନନ୍ଦ ସିଂହ, ସ୍ତ୍ରୀ ସବିତା ସିଂହ ଓ ତାଙ୍କର ୩ଛୁଆ l ଗତକାଲି ନିଜ ପୁରୁଣା ଗୃହ ରେ ୫ଜଣ କୁଟୁମ୍ବ ଶୋଇଥିଲେ l ହଠାତ ମଧ୍ୟ ରାତ୍ରିରେ ପବନ ସହ ବର୍ଷା ହେବା ଦ୍ୱାରା ଘରର ଛପର ଭାଙ୍ଗି ଜୋରରେ ଶବ୍ଦ ହେଲା l ଶବ୍ଦ ଶୁଣି ସପରିବାର ଆସି ଦେଖିଲେ ଘରର ଛପର ଓ ବତା ବାଉଁଶl ଖସି ପଡିଛି l ଏଥିରେ ୫ପ୍ରାଣୀ କୁଟୁମ୍ବ ବର୍ତ୍ତି ଯାଇଥିଲେ l ସକାଳେ ପ୍ରମାନନ୍ଦ ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଖବର ଦେଇଥିଲେ ସୁଦ୍ଧା କେହି ଶୁଣି ନ ଥିଲେ l ଏମାନେ ବ୍ୟସ୍ତବହୁଳ ହୋଇ ପଡୋଶୀ ଙ୍କ ଗୃହ ରେ ରହୁଥିବା ଜଣା ପଡିଛି l ଦୁଃଖର ବିଷୟ କି ପ୍ରେମାନନ୍ଦ ଙ୍କ ଗାଈ ଗୋରୁ ୧୨ଟି ଥିବା ବେଳେ ଗୁହାଳ ମଧ୍ୟ ଭାଙ୍ଗି ଯାଇଥିବାରୁ ପଲିଥିନ ତଳେ ରଖିଛନ୍ତି l ପ୍ରକାଶ ଥାଉ କି ଧନୀ ବ୍ୟକ୍ତି ଙ୍କ ଘରେ ଗୁହାଳ ନାଁ ରେ ଘର ତିଆରି କରି ରହୁଥିବା ବେଳେ ପ୍ରେମାନନ୍ଦ ଗରିବ ଥାଇ ମଧ୍ୟ ତାଙ୍କ ଗୁହାଳ ଟିଏ ନାହିଁ କି ଗୃହ ଟିଏ ନାହିଁ l ଉଦାହରଣ ରୂପେ ଗଇକନପାଳି ର ପ୍ରେମାନନ୍ଦ ସିଂହ ଙ୍କୁ ନିଆଯାଉ l ତୁରନ୍ତ ଉଚ୍ଚ କତୃପକ୍ଷ ତଦନ୍ତ କରି ଏହି ଗରିବ ପ୍ରେମାନନ୍ଦ ସିଂହ ଙ୍କୁ ନୂତନ ଗୃହ ଟିଏ ତିଆରି କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବାକୁ ପରିବାର ଦାବି କରିଛନ୍ତି l
ଲଗାଣ ବର୍ଷାରେ ଭାଙ୍ଗିଲା ଗୃହର ଛପର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
|
August 9, 2026 |



