ଯାଜପୁର, : ୯/୮/୨୬ (ସନ୍ଧାନ ନ୍ୟୁଜ) ଘଟଣାରୁ ପ୍ରକାଶଯେ ଧର୍ମଶାଳା ଅଞ୍ଚଳରେ ଯୁବକକୁ ଆକ୍ରମଣ ଘଟଣାକୁ ନେଇ ଯାଜପୁର ରୋଡ ଥାନାରେ ମାମଲା ରୁଜୁ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ମଙ୍ଗଳ ବାର ସାପ ଗାଡ଼ିଆ ନିକଟରେ ଧର୍ମଶାଳା ଥାନା ଅଞ୍ଚଳର ଜଣେ ଯୁବକ ଆକ୍ରମଣ ଘଟଣାକୁ ନେଇ ଆଜି ଯାଜପୁର ରୋଡ ଥାନାରେ ଦୁଇ ପକ୍ଷରୁ ଏତଲା କରାଯାଇଛି । ଧର୍ମଶାଳା ଥାନା ଜାରକାର ପ୍ରଦୀପ କୁମାର ପରିଡାଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ରାତିରେ ସେମାନେ ଯାଜପୁର ରୋଡ ସାପ ଗାଡ଼ିଆ ଅଞ୍ଚଳକୁ ଆସିଥିବା ବେଳେ ସେଠାରେ ସୂଚନା ଯୋଗ୍ୟ ଯେ ଆଳିଜଙ୍ଗା ଗ୍ରାମର ରାକେଶ ନାୟକ ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି । ଉକ୍ତ ଅଭିଯୋଗ ଅନୁଯାୟୀ ପୋଲିସ୍ ୪୬୯/୨୬ ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ବେଳେ ଅନ୍ୟ ପକ୍ଷରେ ରାକେଶଙ୍କ ମା’ ଜ୍ୟୋତି ପ୍ରଭା ନାୟକ ମଧ୍ୟ ପାଲଟା ଅଭିଯୋଗ କରିଛନ୍ତି । ପୁଅର ଜୀବନ ସୁରକ୍ଷା ଦାବି କରିଥିବା ବେଳେ ତାଙ୍କ ମା କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ରାକେଶ ଗତକାଲି ରାତିରେ ତାଙ୍କ ମାମୁଁଙ୍କ ସହିତ ଯାଜପୁର ରୋଡ ଉମାପଦାକୁ ଆସି ଥିବା ବେଳେ ସାପଗଡିଆ ଠାରେ ରାକେଶକୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଏନେଇ ଯାଜପୁର ପୋଲିସ୍ ପକ୍ଷରୁ ୪୭୧ / ୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଯାଜପୁର ପୋଲିସ୍ ପକ୍ଷରୁ ତଦନ୍ତ କରାଯାଉଛି ।
ଯାଜପୁର ରୋଡ ଥାନାରେ ମାମଲା ରୁଜୁ ହେଲା
|
August 9, 2026 |



