ନୂଆଦିଲ୍ଲୀ/ସନ୍ଧାନ ନ୍ୟୁଜ: ମୋଦି-ଟ୍ରମ୍ପ ଭେଟଘାଟ। ଆମେରିକାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଦୁଇ ରାଷ୍ଟ୍ର ନେତା ପରସ୍ପରକୁ ସାକ୍ଷାତ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି। ତେବେ ପ୍ରଯୁକ୍ତିବିଦ୍ୟା, ବ୍ୟାପାର, ପ୍ରତିରକ୍ଷା, ନିରାପତ୍ତା, ଶକ୍ତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗିତା ବୃଦ୍ଧି ଉପରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦି ପ୍ୟାରିସରୁ ଫେରି ଭାରତୀୟ ସମୟ ଅନୁସାରେ ଆଜି ଭୋରରେ ୱାସିଂଟନ ଡିସିରେ ଅବତରଣ କରିଥିଲେ । ବିମାନ ବନ୍ଦରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଚଳିତ ଥର ଡୋନଲ୍ଡ ଟ୍ରମ୍ପ ଆମେରିକାର କ୍ଷମତା ଗ୍ରହଣ କରିବା ପରେ ଏହା ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଭେଟଘାଟ ହେବ ବୋଲି କୁହାଯାଉଛି।
ମୋଦି-ଟ୍ରମ୍ପ ଭେଟଘାଟ, ଆମେରିକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
|
February 13, 2025 |
