ଯାଜପୁର : ୨/୯/୨୬ (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଶିକ୍ଷାମଣ୍ଡଳ ଅଧୀନସ୍ଥ ମା’ ଯଶୋଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଭାରତୀ ପ୍ରସନ୍ନା ନାୟକଙ୍କୁ ଅବସରକାଳୀନ ଉତ୍ସବମୁଖର ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଶିଶୁ ସାହିତ୍ୟିକ ଡ. ପ୍ରିୟନାଥ ମହାପାତ୍ର ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା, ସମ୍ମାନୀତ ଅତିଥି ଭାବେ କ୍ଷେତ୍ରପାଳ ସରପଞ୍ଚ ଫକୀର ନାରାୟଣ ମିଶ୍ର ଓ ବୀଣାପାଣି କଳାପୀଠ ର ଅଧ୍ୟକ୍ଷ ବିପିନ ବିହାରୀ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ମୂଖ୍ୟ ଅତିଥି ମୁଖ୍ୟ ବକ୍ତା ତାଙ୍କ ଅଭିଭାଷଣରେ ‘ଶିକ୍ଷା ହିଁ ଜୀବନର ଶ୍ରେଷ୍ଠ ପୁଞ୍ଜି’ ବୋଲି କହିବା ସହିତ ଶିକ୍ଷା ଓ ଅବସର ସମ୍ପର୍କରେ ସମସ୍ତ ଅତିଥି ବର୍ଗ ସାରଗର୍ଭକ ଆଲୋଚନା କରିଥିଲେ। ଏହି ଅବସରରେ ଶିକ୍ଷକ ରାମକୃଷ୍ଣ ମହାନ୍ତି ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମାନପତ୍ର ପାଠ କରିଥିଲେ। ସଭାରେ ଶିକ୍ଷକ ଅଚ୍ୟୁତାନନ୍ଦ ପରମାଣିକ ଓ ମମତାରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସଭାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁଚାରୁ ଭାବେ ପରିଚାଳନା କରିବାରେ ଶିକ୍ଷୟିତ୍ରୀ ଜୟନ୍ତୀ ବସ୍ତିଆ, ପ୍ରସାଦ ଲକ୍ଷ୍ମୀ ସାମଲଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଉର୍ମିଳା ଖଣ୍ଡାଇ, ଚିତ୍ତରଞ୍ଜନ ସ୍ୱାଇଁ ଓ ନରେନ୍ଦ୍ର ଜେନା ପ୍ରମୁଖ ସହଯୋଗ କରିଥିଲେ। ସମସ୍ତେ ନିଜ ନିଜ ଦାୟିତ୍ୱ ସୁଚାରୁ ଭାବେ ତୁଲାଇଥିବା ଜଣାପଡ଼ିଛି।
*ମା’ ଯଶୋଦା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା*
|
September 2, 2026 |



