ମାତିଲେଣି ମାଟି ମାଫିଆ, ହରିଚନ୍ଦନପୁର ମୌଜାରୁ ବେଆଇନ୍ ମାଟି ଚାଲାଣ ଅଭିଯୋଗ, କାର୍ଯ୍ୟନୁଷ୍ଠାନ ଦାବି

Spread the love
  •  
  •  
  •  
  •  
  •  

ଧର୍ମଶାଳା, ୨୯/୦୩ (ସନ୍ଧାନ ନିଉଜ) : ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ସରିବା ଦିନ କେଇଟା ନପୁରୁଣୁ ଆରମ୍ଭ ହୋଇଗଲାଣି ଦୁର୍ନିତି । ସରପଂଚ ମାନେ ଗାଦିରେ ଉପବୀତ ହେଉ ହେଉ ସେମାନଙ୍କ ଚେଲାଚାମଣ୍ଡା ମାନେ ଆରମ୍ଭ କରିଦେଲେଣି ଲୁଟପାଟ । ଏଭଳି ଅଭିଯୋଗ ଏବେ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପଂହଚିଛି । ଅଭିଯୋଗ ମୁତାବକ ଧର୍ମଶାଳା ତହସିଲ ଅନ୍ତର୍ଗତ ଶ୍ରୀନଗର ରାଜସ୍ୱ ମୌଜାର ହରିଚନ୍ଦପୁର ଅଂଚଳରୁ ବେଧଡକ ଭାବେ କେତକ ମାଟି ମାଫିଆ ମାନେ ବେଆଇନ୍ ଭାବେ ଜେସିବି ଲଗାଇ ମାଟି ଉଠାଇବା ସହ ଟ୍ରାକ୍ଟରରେ ଚାଲାଣ କରିବା ଆରମ୍ଭ କରିଛନ୍ତି । ଏନେଇ ନିକଟସ୍ଥ ଜମି ମାଲିକ ମାନେ କିପରି ଭାବେରେ ସେଠାରୁ ପ୍ରତିଦିନ ଶହ ଶହ ଫୁଟର ଗାତ କରି ମାଟି ବିକ୍ରି କରାଯାଇଥିବା ନେଇ ସମ୍ପୁକ୍ତ ଆରଆଇକୁ ଅଭିଯୋଗ କରିଥିଲେ । ହେଲେ ଆରଆଇ ଜଣଙ୍କ କାର୍ଯ୍ୟନୁଷ୍ଠାନ ନେବେ କଣ ଓଲଟି ବଡ ହାକିମକୁ କୁହ କହି ନିରବ ରହିଗଲେ । ଫଳରେ ଏହି ମାଟି ଚାଲାଣାରେ ସମ୍ପୁକ୍ତ ଆରଆଇଙ୍କ ପ୍ରଚ୍ଛଦ ହାତ ରହିଥବା ସାଧରଣରେ ଅଭିଯୋଗ ହେବା ସହିତ କେହି କେହି ଆରଆଇ ବାବୁ ଏଥିରେ ପାର୍ଟନର ଥିବା କଥା ପ୍ରକାଶ କରୁଛନ୍ତି । ଏପରକି ଏପରି ବେଆଇନ୍ ମାଟି ଚାଲଣା ଉପରେ ତହସିଲଦାରଙ୍କୁ ଅଭିଯୋଗ କରାଯିବା ପରେ ମଧ୍ୟ ତହସିଲଦାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନକରିବାରୁ ବାଧ୍ୟ ହୋଇ ଏହା ଉପରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଏବଂ ଜିଲ୍ଲାପାଳଙ୍କୁ ଅଭିଯୋଗ କରାଯାଇଛି । ଏପରକି ଏହି ମାଟି ଚାଲାଣରେ ମାନେ ନିକଟସ୍ଥ ପିିପଲିଡିହ ଗ୍ରାମର ୬ରୁ ଉର୍ଧ ବ୍ୟକ୍ତିଙ୍କ ହାତ ରହିଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଛି । ଏପରକି ଅଭିଯୋଗ କରିଥିବା ଜମି ମାଲିକ ମାନଙ୍କୁ ଏହି ମାଫିଆ ମାନେ ଜୀବନରୁ ମାରି ଦେବାକୁ ଧମକ ଦେଇଥିବା ନେଇ ପୋଲିସକୁ ଅଭିଯୋଗ କରାଯାଇଛି । ତେବେ ଏବେ ଏବେ ସରପଂଚ ମାନେ କ୍ଷମତାକୁ ଆସିବା ପରେ ସେମାନଙ୍କ ପଂଚାୟତ ଅଧିନରୁ ଏପରି ଭାବରେ ମାଟି ଚାଲାଣାକୁ ନେଇ ଗ୍ରାମବାସୀ ମାନେ ନାନାଦି ସନ୍ଦେହ ପ୍ରକାଶ କରିଛନ୍ତି । ତେବେ ତୁରନ୍ତ ମାଟି ଚାଲାଣ କରୁଥିବା ମାଟି ମାଫିଆଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧରଣରେ ଦାବି ହେଉଛି । ନଚେତ ତହସିଲ ସମ୍ମୁଖରେ ଧାରଣା ଦେବାକୁ ଜମି ମାଲିକ ସନ୍ଦୀପ କୁମାର ଗନ୍ତାୟତ ପ୍ରକାଶ କରିଛନ୍ତି ।

Related Posts

About The Author

Add Comment