ଇତିହାସକୁ ନେଇ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ରେ ଜାତୀୟ ଆଲୋଚନା ଚକ୍ର।

Spread the love

ତିହିଡ଼ି  ୨୭/୧୧/୨୬ (ସନ୍ଧାନ ନ୍ୟୁଜ)  ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ରେ ଇତିହାସ ବିଭାଗ ପକ୍ଷରୁ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବାଲେଶ୍ଵର ର ଭାଇସ ଚାନ୍ସେଲର ଶ୍ରୀଯୁକ୍ତ ସନ୍ତୋଷ କୁମାର ତ୍ରିପାଠୀ,ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ ଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପ୍ରଫେସର ଶ୍ରୀଯୁକ୍ତ ସଞ୍ଜୟ ଆଚାର୍ଯ୍ୟ। ଅନ୍ୟତମ ଅତିଥି ଭାବରେ ଶ୍ରୀଲଙ୍କା ରୁ ଆସି ଯୋଗ ଦେଇଥିଲେ ଇତିହାସକୁ ନେଇ ତର୍ଜମା କରୁଥିବା ମହିୟସୀ ପ୍ରଧ୍ୟାପିକା ବାସନ ପ୍ରେମଚନ୍ଦ୍ରନ୍, ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଥିଲେ ଉତ୍କଳ ବିଶ୍ୱ ବିଦ୍ୟାଳୟ ର ପ୍ରାଧ୍ୟାପକ ଶ୍ରୀଯୁକ୍ତ ଅନାମ ବେହେରା। ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ ଙ୍କ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ର ଶୈଳୀ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଖୁସି ପ୍ରଦାନ କରିଥିଲା। ବିରଞ୍ଚି ନାରାୟଣ ମାଧବ ଅର୍ଜୁନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମୁଲ୍ୟ ପରିଡ଼ା ଙ୍କ ସ୍ଵାଗତ ଭାଷଣ ସମସ୍ତ ଅତିଥି ଙ୍କ ହୃଦୟ କୁ ଛୁଇଁ ଥିଲା। ଇତିହାସ ବିଭାଗ ର ମୁଖ୍ୟ ନିରଞ୍ଜନ ରାଉତ୍ ଙ୍କ ପ୍ରଚେଷ୍ଟା ରେ ଏଭଳି ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଥିବାରୁ ସମସ୍ତେ ତାଙ୍କୁ ସ୍ୱାଗତ ଓ ଧନ୍ୟବାଦ୍ ଅର୍ପଣ କରି ଥିଲେ। ସମୁଦ୍ର ଉପକୂଳ ଓ ସମୁଦ୍ର ଭିତରେ କଣ ଥିଲା ଏବେ କଣ ଚାଲିଛି ସେ ସଂପର୍କ ରେ ଅତିଥି ମାନେ ଆଲୋଚନା କରି ଥିଲେ। ଅନ୍ୟ ଯେଉଁ ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସେମାନେ ହେଲେ ଅଧ୍ୟାପକ ସୁଶାନ୍ତ ଦାସ, ଲୋକେଶ ସାରେ, ଅଶୋକ ମଲ୍ଲିକ, ଓ କଲେଜ ର ଅଧ୍ୟାପକ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment