ଯାଜପୁର ଜିଲ୍ଳା ସାମ୍ବାଦିକ ୟୁନିଅନ( ଜେୟୁଜେ) ର ନୂତନ କର୍ମକର୍ତ୍ତା ନିର୍ବାଚିତ।  ରଞ୍ଜିତ ହେଲେ ସଭାପତି, ତପନ ହେଲେ ସମ୍ପାଦକ

Spread the love

ଆଜି ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଳା ସାମ୍ବାଦିକ ୟୁନିଅନ( ଜେୟୁଜେ)ର ଦ୍ଵିବାର୍ଷିକ ସମ୍ମିଳନୀ, ନିର୍ବାଚନ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଯାଜପୁର ବିଧାୟିକା ସୁଜାତା ସାହୁ ଉଦଘାଟିକା ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ OUJ ର ରାଜ୍ୟ ସଭାପତି ତଥା press council of India ର ବରିଷ୍ଠ ସଦସ୍ୟ ପ୍ରସନ୍ନ ମହାନ୍ତି ଓ ନୂତନ୍ ଏସପି ପାହ୍ୟା କୁ ପଦୋନ୍ନତି ପାଇଥିବା ଏସପି ଭାବେ ଶିତିକଣ୍ଠ କାନୁନଗୋ ଙ୍କୁ ଜିଲ୍ଳା ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମୁଖ୍ୟ ବକ୍ତା ଭାବେ ouj ର ରାଜ୍ଯ ସମ୍ପାଦକ କିଷାନ୍ ରାଉତ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସମାଜସେବୀ କର୍ଣ୍ଣାଟ କେଶରୀ ଦାସ, ପ୍ରଧ୍ୟାପକ ଡ. ବଟକୃଷ୍ଣ ମହାପାତ୍ର, ରାଜ୍ୟ ଟ୍ରିବ୍ୟୁନାଲ କମିଟି ଅଧ୍ୟକ୍ଷ ଅଭୟ ପତି, ଲିଗାଲ ସେଲ୍ ଅଧ୍ୟକ୍ଷ ରାଜୀବ ମହାନ୍ତି, ଶୃଙ୍ଖଳା କମିଟି ଅଧ୍ୟକ୍ଷ ଆଦିତ୍ୟ ମେକାପ, ପୂର୍ବତନ ରାଜ୍ଯ ସମ୍ପାଦକ ସମରଜିତ୍ ମହାନ୍ତି, ଜିଲ୍ଳା ସଭାପତି ଅରୁଣ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ଅନୁଷ୍ଠିତ ନିର୍ବାଚନରେ ନୂତନ ଜିଲ୍ଳା ସଭାପତି ଭାବେ ବରିଷ୍ଠ ରଞ୍ଜିତ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଭାବେ ନିରଞ୍ଜନ ପଣ୍ଡା ଓ ସାଧାରଣ ସମ୍ପଧକ ଭାବେ ତପନ କୁମାର ମହାନ୍ତି, ଉପସଭାପତି ଭାବେ କୌଶିକ ଦାସ, ହେମସ ଜେନା, ଏକାଦଶୀ ସେଠି, ସୁବ୍ରତ ଜେନା, ଦେବପ୍ରସାଦ ସାହୁ ଓ ଜ୍ଞାନ ଓଝା ନିର୍ବାଚିତ ହୋଇଛନ୍ତି । ସମ୍ପାଦକ ଭାବେ ବିଶ୍ୱଜିତ ପତି, ସୁଶାନ୍ତ ବେହୁରିଆ, ସୁରେନ୍ଦ୍ର ସାମଲ, ଆଶୁତୋଷ ମିଶ୍ର, ଦେବେନ୍ଦ୍ର ପାଢ଼ୀ, ଅଜୟ ସାହୁ ପ୍ରମୁଖ ନିର୍ବାଚିତ ହେଇଛନ୍ତି । ସେହିପରି ସଂଗଠକ ସମ୍ପାଦକ ଭାବେ ସମର ବିଜୟ ଶରଣ ଓ କୋଷାଧକ୍ଷ ଭାବେ ରାଜକିଶୋର ମହାନ୍ତି ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ବିଜୟ ମହାନ୍ତି ପରିଚାଳନା କରିଥିଲେ। ଏହି କାଯ୍ୟକ୍ରମ ମଧ୍ୟରେ ମା ବିରାଜ ସେବାୟତ ପରିଷଦ ପକ୍ଷରୁ  ଦେବୀପ୍ରସାଦ ପଣିଙ୍କ ନେତୁତ୍ୱରେ ଦଶ ରୁ ଉର୍ଦ୍ଧ୍ୱ ସେବାୟତ ମା ବିରଜାଙ୍କ ଅଙ୍ଗଲାଗି ପାଟ ଓ ଆଜ୍ଞା ମାଳ ପ୍ରଦାନ କରିଥିଲେ। ଶେଷରେ ଜିଲ୍ଲା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ପୁନଚନ୍ଦ୍ର ଶତପତି,  ସାମ୍ବାଦିକ କଲ୍ୟାଣ ପ୍ରଶାନ୍ତ କୁମାର ଜେନା, ଲିଗାଲ ସେଲ ଅଧକ୍ଷ ଭାବେ ମାନସ ତ୍ରିପାଠୀ, ଶୃଙ୍ଖଳା କମିଟି ଅଧକ୍ଷ ଭାବେ ଅଜୟ ରଣା ଓ ସୋସିଆଲ ମିଡ଼ିଆ କମିଟି ଅଧକ୍ଷ ଭାବେ ଅକ୍ଷୟ କୁମାର ବିଶ୍ୱାଳଙ୍କୁ ଦାୟିତ୍ୱ ଦିଆଯାଇଛି ।

Related Posts

About The Author

Add Comment