ମହାବୀର ପାହାଡ଼ରେ ହାତୀ ପଳର ଆଗମନ, ଅଞ୍ଚଳ ବାସୀଙ୍କୁ ସଚେତନ କଲେ ବନ ବିଭାଗ

Spread the love

ସୁନ୍ଦରଗଡ ତା:୮/୮/୨୦୨୬( ସନ୍ଧାନ ନ୍ୟୁଜ) ଗତକାଲି ରୁ ବଡ ଗାଁ ବ୍ଲକ ର ମହାବୀର ପାହାଡ଼ରେ ହାତୀପଲ ପହଞ୍ଚିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଝାରଖଣ୍ଡ ରୁ ଆସିଥିବା ହାତୀପଲ ବଡ ଗାଁ ବନାଞ୍ଚଳ ଅନ୍ତର୍ଗତ କୁତ୍ରା ବ୍ଲକ୍ ଅନ୍ତର୍ଗତ ପଞ୍ଚରା ନୁ ଜଙ୍ଗଲରେ ଗତ ତିନିଦିନ ରହିବା ପରେ ଜଙ୍ଗଲ ମହାବୀର ପାହାଡ ଜଙ୍ଗଲରେ ପହଞ୍ଚିଥିବା ଜଣାପଡ଼ିଛି । ଏହି ହାତୀ ପଲ ର ଚଲାଚାଲରେ ଅନେକ ଫସଲ ନଷ୍ଟ ହେବା କାରଣରୁ ଚାଷୀ ମହଲରେ ଚିନ୍ତା ବଢିବାରେ ଲାଗିଛି । ଏହି ହାତୀ ପଲରେ ୧୧ ଟି ମାଇ ହାତୀ ,୬ଟି ସାବକ ସହିତ ୬ ଟି ଦନ୍ତା ହାତୀ ରହିଥିବା ବେଳେ ଗୋଟିଏ ଦନ୍ତା ହାତୀ ଅଲଗା ହେବା ପରେ ଶଙ୍ଖ ନଦୀ ପାର ହୋଇ ବୀରମିତ୍ରପୁର ଜଙ୍ଗଲ କୁ ଯାଇଥିବାବନ ବିଭାଗ ପକ୍ଷରୁ ସୁଚନା ରହିଛି । ବଡ ଗାଁ ରେଞ୍ଜର ଅମୁଲ୍ୟ କୁମାର ସେନାପତି ଙ୍କ ଅବଗତ ଅନୁଯାୟୀ ବିଗତ ତିନିରୁ ଚାରି ବର୍ଷ ହେବ ଏହି ହାତୀ ପଲ ରୀତିମତ ଭାବେ ଫସଲ ସମୟରେ ଆସି ଫସଲ ପରେ ଝାରଖଣ୍ଡ ଜଙ୍ଗଲକୁ ଫେରିଯାଇଥିବା କହିଥିବା ସୂଚନା ରହିଛି । ଅଞ୍ଚଳ ଫରେଷ୍ଟର ମିତ୍ରଭାନୁ ପଟେଲ ସହିତ ଥାନା ଏ.ଏସ .ଆଇ ଦିଲୀପ କୁମାର ନନ୍ଦ ତତ୍ତ୍ୱାବଧାନରେ ଅଞ୍ଚଳବାସୀଙ୍କ ମିଳିତ ଉଦ୍ୟୋଗରେ ବିଜୁ ରାଜ୍ୟ ରାଜପଥ ଉପରେ ହାତୀପଲ ପାର କରିଥିବା ଜଣାପଡିଛି । ଏହି କ୍ରମରେ ପୋଲିସ ସହିତ ବନ୍ ବିଭାଗ ଓ ଅଞ୍ଚଳବାସୀଙ୍କୁ ସହଯୋଗ ସହିତ ସଚେତନ ରହିବାକୁ ପ୍ରକାଶ କରିଥିବା ଜଣାପଡିଛି।

Related Posts

About The Author

Add Comment