ଯାଜପୁରସଦର : ୨୦/୪/୨୬ (ସନ୍ଧାନ ନ୍ୟୁଜ ) ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି | ଏହାର ପ୍ରଭାବରେ ଖରାରେ ତାତି ବଢିବା ସହ ରାସ୍ତାରେ ଯାଉଥିବା ବାଟୋଇ ମାନେ ପାଣି ବୁନ୍ଦେ ପାଇଁ ଡହଳବିକଳ ହେଉଥିବା ଦେଖିବା ପାଇଁ ମିଳିଛି ।ଏଭଳି ପରିସ୍ଥିତିକୁ ଲକ୍ଷ କରି ମଙ୍ଗଳପୁର ପୋଲିସ ତରଫରୁ ଥାନା ରୋଡ଼ ନିକଟରେ ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି | ଆଜି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଫିତା କାଟି ଏହି ଜଳଛତ୍ର କେନ୍ଦ୍ର ଟିକୁ ଉଦଘାଟନ କରିଥିଲେ।ମଙ୍ଗଳପୁର ଥାନା ଅଧିକାରୀ ରଞ୍ଜନ କୁମାର ବେହେରାଙ୍କ ନେତୃତ୍ୱରେ ଏସଆଇ ଅନିତା ପ୍ରଧାନ,ଏସଆଇ ସଂକେତ କୁମାର ପଲ୍ଲାଇ,ଏଏସଆଇ ଜଟାଧାରୀ ଦାସ,ଏଏସଆଇ ସଂଯୁକ୍ତା ପଣ୍ଡା,ଏଏସଆଇ ଘନଶ୍ୟାମ ନାୟକ,ଦିପ୍ତୀରଞ୍ଜନ ସାହୁ, ପ୍ଲାବନ ମହାପାତ୍ର,ବସନ୍ତ ମଲ୍ଲିକ, ଚିତ୍ତରଞ୍ଜନ ଜେନା,ଅକ୍ଷୟ ରାଉତ ପ୍ରମୁଖ ଥାନା କର୍ମଚାରୀଙ୍କ ସହଯୋଗରେ ଜଳଛତ୍ର କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି। ଥାନା ପକ୍ଷରୁ ଖୋଲା ଯାଇଥିବା ଜଳଛତ୍ର କେନ୍ଦ୍ରଟି ଗ୍ରୀଷ୍ମ ପ୍ରବାହ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମଙ୍ଗଳପୁର ଥାନା ଅଧିକାରୀ କହିଥିଲେ।ମଙ୍ଗଳପୁର ଥାନାର ଏହି ପ୍ରକାର ମହାନ କାର୍ଯ୍ୟକ୍ରମକୁ ଦଶରଥପୁର ବ୍ଲକ ସାମ୍ବାଦିକ ସଂଘର ବରିଷ୍ଠ ସଭ୍ୟ ମହେଶ୍ୱର ଯେନା, ଦଶରଥପୁର ବ୍ଲକ ଉତ୍କଳ ସାମ୍ବାଦିକ ସଂଘ ସଭାପତି ଜୟପ୍ରକାଶ ନାୟକ,ଯୁବ ସାମ୍ବାଦିକ ଚନ୍ଦ୍ରଶେଖର ସାହୁ, ପ୍ରତାପ ମଲ୍ଲିକ,ବିଶ୍ୱଜିତ ଦାସ, ସୁଶାନ୍ତ ବେହୁରିଆ,ବିଶ୍ୱଭୂଷଣ ବିଶ୍ୱାଳ,ସଞ୍ଜୟ ରାୟ,ଆନନ୍ଦ ଚନ୍ଦ୍ର ବାରିକ,ସୀତାଂଶୁ ଯେନା ପ୍ରମୁଖ ଭୂଇୟସୀ ପ୍ରଶଂସା କରିଛନ୍ତି।



