ଢେଙ୍କାନାଳ:/୨୪/୮(ସନ୍ଧାନ ନ୍ୟୁଜ )ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଧୀନ ବେଲମାଳିଆ ଗ୍ରାମ ନିକଟରେ ସୋଲାର/ବିଦ୍ୟୁତ୍ ଫେନ୍ସିଂ ସଂସ୍ପର୍ଶରେ ଆସି ଏକ ମା’ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଅଞ୍ଚଳରେ ଗଭୀର ଦୁଃଖ ସହ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଅଞ୍ଚଳରେ ରହିଥିବା ସୋଲାର କିମ୍ବା ବିଦ୍ୟୁତ୍ ଫେନ୍ସିଂ ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଏଭଳି ଫେନ୍ସିଂ ଯୋଗୁଁ ଏକ ନିରୀହ ମା’ ହାତୀର ଜୀବନ ଯିବା ଘଟଣା ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଛି।
ଘଟଣାର ସଠିକ୍ ତଦନ୍ତ କରି ହାତୀ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନାନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଅଞ୍ଚଳରେ ଥିବା ବେଆଇନ ସୋଲାର ଓ ବିଦ୍ୟୁତ୍ ଫେନ୍ସିଂକୁ ତୁରନ୍ତ ହଟାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ବନ୍ୟପ୍ରାଣୀ ସୁରକ୍ଷା ଓ ମଣିଷ-ହାତୀ ସଂଘର୍ଷ ରୋକିବା ଦିଗରେ ପ୍ରଶାସନ ଓ ବନ ବିଭାଗ ତୁରନ୍ତ ଦୃଢ଼ ପଦକ୍ଷେପ ନେବାକୁ ମଧ୍ୟ ଦାବି ହୋଇଛି।



