ବାଞ୍ଛାନିମୀ ମଠ ପରିଶରରେ ୫୬ତମ ଗୀତା ଯଜ୍ଞ ଅନୁଷ୍ଟିତ ହେଉଚି

Spread the love

ଯାଜପୁର ସଦର,  ୧ /୨/୨୬  (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ବାଲିକୁଦା ପାଂୟତର ବଡ଼ବାଲିକୁଦା ଗ୍ରାମରେ ବାଞ୍ଛାନିମୀ ମଠ ପରିଶରରେ ୫୬ତମ ଗୀତା ମହାଯଜ୍ଞ ଅନୁଷ୍ଟିତ କରାଯାଉଥିବା ବେଳେ, ବରିଷ୍ଠ ପଣ୍ଡିତ ମାନଙ୍କୁ ନେଇ ଏହି ଗୀତା ଯଜ୍ଞ ୫ଦିନ ଧରି ଅନୁଷ୍ଠିତ କରାଯାଉଥିବା ବେଳେ, କଳସାଧିବାସ ଠାରୁ ଆରମ୍ଭକରି ସୂର୍ଯ୍ୟପୂଜା ଗୋପୂଜା ଯଜ୍ଞକାର୍ଯ୍ୟ ଅନୁଷ୍ଟିତ ହେଉଚି । ଏହି ଯଜ୍ଞରେ ବରିଷ୍ଠ ପଣ୍ଡିତ ମାନେ ବେଦ ଉପଚାରଣ କରିବା ସହିତ ସୂର୍ଯ୍ୟପୂଜା ଗୋପୂଜା ଅଙ୍କୁରାରୋପଣ କାର୍ଯ୍ୟ କରାଯାଇ ବରିଷ୍ଠ ପଣ୍ଡିତ ମାନଙ୍କ ତତ୍ୱାବଧାନରେ ଯଜ୍ଞକୁଣ୍ଡରେ ଅଗ୍ନି ସ୍ଥାପନ କରାଯିବା ସହିତ ଏହି ୫୬ତମ ଗୀତାଯଜ୍ଞ ଅନୁଷ୍ଟିତ କରାଯାଇଚି ବୋଲି ବାଞ୍ଛାନିମୀ ମଠ କମିିଟି ପକ୍ଷରୁ ସୂଚନା ଦିଆଯାଇଚି । ଏହି ଅବସରରେ ପବିତ୍ର ଗୀତାଯଜ୍ଞ ଉପଲକ୍ଷେ ବାଞ୍ଛାବାଟ ନାଗ୍ୟ ସଂସଦ ପକ୍ଷରୁ ୨ଦିନ ଧରି ନାଟକ ମଞ୍ଚସ୍ଥ କରାଯାଉଥିବା ବେଲେ, ଏବର୍ଷର ସୁପର ହିଟ ସାମାଜିକ ନାଟକ ୧-୨-୨୦୨୬ରେ କାନ୍ଦେନା ଲୁହ ସରିଯିବ, ୨-୨-୨୦୨୬ ରେ ଦରିଆକୂଳର ଦରଦି ବନ୍ଧୁ ସାମାଜିକ ନାଟକ ବାଞ୍ଛାନିମି ନାଟ୍ୟ ସଂସଦର କଲାକାର ମାନେ ମଞ୍ଚସ୍ଥ କରିବେ । ନାଟ୍ୟ ନିର୍ଦ୍ଦେଶକ ପ୍ରଫୁଲ ରଣା, ନିର୍ଦ୍ଦେଶନା ଦେଇ ଥିବା ବେଳେ, ମୁଖ୍ୟ ପରିଚାଳକ ପ୍ରଦିପ୍ତ ଜେନା, ପରିଚାଳନା କରିଥିବା ବେଳେ, ସ୍ୱର୍ଗତଃ ବିନୋଦ ବିହାରି ଜେନା ଓ ସତ୍ୟରଂଜନ ଜେନାଙ୍କ ସ୍ମୃତି ଉଦ୍ୟସ୍ୟରେ ଅନୁଷ୍ଟିତ ହେ ୫୬ତମ ଗୀତାଯଜ୍ଞ ଅନୁଷ୍ଟିତ ହେଉଥିବାରୁ ଏହି ଯଜ୍ଞରେ ବହୁ ଗୀତାପ୍ରେମୀ ଭକ୍ତ ମାନେ ଯୋଦେଇବାଲାଗି ବାଞ୍ଛାବଟ କମିଟି ପକ୍ଷରୁ ନିବେଦନ କରାଯାଇଚି । ଏହି ଯଜ୍ଞ ୨୮/୦୧/୨୦୨୬ ଠାରୁ ଆରମ୍ଭ ହୋଇ ୦୨/୦୨/୨୦୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଟିତ କରାଯାଉଚି । ପ୍ରତି ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ସଂଧ୍ୟା ପରିବେଶଣ କରାଯିବ ।

Related Posts

About The Author

Add Comment