ବଡଚଣାରେ ବିଧାୟକ ଅମର କୁମାର ନାୟକ ପ୍ରଧାନ ମନ୍ତ୍ରୀଙ୍କ ଉତ୍ସବ ମହାବିନାୟକ ନିକଟରେ ଦୀପ ଦାନ କରିଲେ,

Spread the love

ଯାଜପୁର ୧୯/୯/୨୬ (ସନ୍ଧାନ ନ୍ୟୁଜ)  ଜିଲ୍ଲା ବଡଚଣା ବ୍ଲକର ମହାବିନାୟକ,ଛତିଆ ଏବଂ ଉଦୟଗିରି ଠାରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଅଛି ,ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସର୍ବ ପ୍ରଥମେ ଛତିଆ ଠାରେ ବିଜେପି ଜିଲ୍ଲା ସଭାପତି  ଦେବଯାନୀ ପ୍ରଧାନଙ୍କ ଦ୍ଵାରା ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ପ୍ରଧାନ ମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ,ବଡଚଣା ବିଧାୟକ  ଅମର କୁମାର ନାୟକଙ୍କୁ ମହାବିନାୟକ ପୂଜକ ଓ ମିଶନଶକ୍ତି କର୍ମକର୍ତା  ମହିଳା ଏବଂ ସ୍ଥାନୀୟ ବାସିନ୍ଦା ମାନେ ସ୍ବାଗତ ସମ୍ବର୍ଦ୍ଧନା ସହିତ ମହାବିନାୟକଙ୍କ ନିକଟକୁ ପାଛୋଟି ନେଇଥିଲେ,ବିଧାୟକ ସେଠାରେ ପହଞ୍ଚି ଦୀପ ପ୍ରଜଳନ କରି ମନ୍ଦିର ପର୍କ୍ରମା କରିଥିଲେ ,ଏଥିରେ ବ୍ଲକ ଅଧିକାରୀ ରବୀନ୍ଦ୍ର ପ୍ରଧାନ ଏବଂ ମିଶନଶକ୍ତି କର୍ମକର୍ତା ଏବଂ ମହିଳାମାନେ ହୁଳହୁଳି ପକାଇ ଓ ବିଧାୟକଙ୍କ ସହଯୋଗୀ କର୍ମୀଙ୍କ ସହ ସ୍ଥାନୀୟ ବାସିନ୍ଦା ଏବଂ ବଡଚଣା ବିଧାୟକ ଅମର କୁମାର ନାୟକ ମହାବିନାୟକଙ୍କ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଦୀର୍ଘାୟୁ କାମନା କରିବା ସହ ଦେଶର ଉତ୍ତରତର ଉନ୍ନତି ପାଇଁ କାମନା କରି ଦୀପ ଦାନ କରିଥିଲେ ।

Related Posts

About The Author

Add Comment