ଦୁଇଟି କୋଇଲା ବୋଝେଇ ଟ୍ରଲର ମୁହାମୁହି ଧକ୍କା, ଜଣେ ଚାଳକ ଗୁରୁତର ଥିବାବେଳେ ଅନ୍ୟ ଜଣେ ଫେରାର

Spread the love

ସୁନ୍ଦରଗଡ ତା: ୧୧/୭/୨୦୨୬(ସନ୍ଧାନ ନ୍ୟୁଜ) କୁତାବଗା ନିକଟରେ ଗତକାଲି କୋଇଲା ବୋଝେଇ ଟ୍ରଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି ।ଏହି ଘଟଣା ସନ୍ଧ୍ୟା ପ୍ରାୟ ୫ଟା ୩୦ମିନିଟ ପାଖାପାଖି ଘଟିଛି ଏହି ଘଟଣା । ସୂଚନା ଅନୁସାରେ ଗୋଟିଏ ଟ୍ରଲର କୋଇଲା ବୋଝେଇ କରି ଆସୁଥିବା ବେଳେ ଅନ୍ୟ କୋଇଲା ବୋହେଇ ପାଇଁ ଆସୁଥିବା ବେଳେ ଦୁଇ ଟ୍ରଲର ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା । ଜଣେ ଚାଳକ ଗୁରୁତର ଥିବାବେଳେ ଅନ୍ୟ ଚାଳକ ଫେରାର ହୋଇଥିବା ଜଣାପଡ଼ିଛି ।ସ୍ଥାନିୟ ଲୋକେ ଘଟଣା ସ୍ଥଳେ ପହଞ୍ଚି ଚାଳକଙ୍କୁ ହେମଗିରି ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ପୋଲିସକୁ ସୂଚନା ଦେଇଥିଲେ । ହେମଗିରି ପୋଲିସ ଘଟଣା ସ୍ଥଳେ ପହଞ୍ଚି ଦୁଇ ଗାଡ଼ିକୁ ସ୍ଥାନାନ୍ତରିତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିବା ଦେଖିବାକୁ ମିଳିଛି ।

Related Posts

About The Author

Add Comment