ନବରଙ୍ଗପୁର, ୦୧/୧୧ (ସନ୍ଧାନ ନିୟୁଜ) ନବରଙ୍ଗପୁର ଜିଲ୍ଲା ସିମନ୍ତବର୍ତୀ ରାଇଘର ବ୍ଲକ ସ୍ଥିତ ହଳଦୀ ପଞ୍ଚାୟତ ବିଜଲୀପରା ର ଅମାପରା ନର୍ସରି ଠାରେ ରାଇଘର ପୋଲିସ ପକ୍ଷରୁ ଏକ ଝୁଲନ୍ତା ମୃତ ଦେହ ୩୦ ତାରିକରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ ଜଣାପଡ଼ିଛି ଯେ ମୋତିରାମ ବିନ୍ଧାଣି(୫୦)ଙ୍କ ଝିଅ ଚନ୍ଦ୍ରିକା ବିନ୍ଧାଣି(୧୭)ଗତ ଶନିବାର ସନ୍ଧ୍ୟା ପ୍ରୟ ୬ଟା ବେଳୁ ଘରୁ ବାହାରି ଯାଇଥିଲେ।ପରେ ଝିଅକୁ ନପାଇପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିଥିଲେ।ଦୁଇ ଦିନ ଖୋଜିବା ପରେ ତାଙ୍କ ଅନ୍ୟ ଏକ ଘର ଯାହାକୁ ଏକ ବର୍ଷ ପୂର୍ବରୁ ସେମାନେ ଛାଡିଥିଲେ ସେଠାରେ ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖି ସ୍ଥାନୀୟ ରାଇଘର ପୋଲିସ କୁ ଖବର ଦେଇଥିଲେ।ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଶବ ଉଦ୍ଧାର କରି କେସ ନଂ ୭୧/୧୯ରେ ଏକ ଅପମୃତୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କୁ ପଠାଇ ଘଟଣା ର ତଦନ୍ତ ଚଳାଇଛି।ସତର ବର୍ଷୀୟ ନାବାଳିକା କଣ ପାଇଁ ଆତ୍ମହତ୍ୟା କଲେ ଏହା ଏବେ ଲୋକ ମାନଙ୍କ ମନରେ ସନ୍ଦେହର ପ୍ରଶ୍ନବାଚକ ସୃଷ୍ଟି ହୋଇଛି।
Related Posts
୧୦ହଜାର ଲାଂଚ ନଦେବାରୁ ମିଳିଲାନି ଆବାସଗୃହର ୪ର୍ଥ କିସ୍ତି: ବଡଚଣା ବ୍ଲକ ଶାଳପଡା ପିଇଓଙ୍କ ନାମରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହେଲା ଅଭିଯୋଗ
‘ଗଜ’ ପରେ ପରେ ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ
୫୩ ନମ୍ବର ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା: ୨ ଗୁରୁତର, ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର



