Spread the love
  •  
  •  
  •  
  •  
  •  

 କଳା

ଲିଙ୍ଗରାଜ ପଣ୍ଡା ,ବାରିପଦା

ଶିକ୍ସ ବା କଳା ପୁରୁଷ ଏବଂ ନାରୀ ମଧ୍ୟରେ ଭାବ ଆଦାନ-ପ୍ରଦାନର ଏକ ଶକ୍ତିଶାଳୀ ମାଧ୍ୟମ, ଏହା କେହି ଅସ୍ୱୀକାର କରିପାରେନା । ଜଣେ ଯେତେବେଳେ ଅନ୍ୟ ସହିତ ନିଜର ଭାବ ଆଦାନ-ପ୍ରଦାନ କରିବାକୁ ଚାହେଁ ଏବଂ ମାନ ରାଜ୍ୟରେ ତାହା ସହିତ ଜଡ଼ିତ ହେବାକୁ ଚାହେଁ, ସେତେବେଳେ ସେ ଯେଉଁ ବାୟୁ ଉପାଦାନର ସାହାଯ୍ୟ ନିଏ, କଳା ଓ ଶିଳ୍ପ ସେହିଠାରେ ଆରମ୍ଭ ହୁଏ ।
କଳାର ସ୍ବରୂପ ଓ ସଂଜ୍ଞା ନିରୂପଣ କରିବାଯାଇ ଟଲଷ୍ଟୟ ଗୋଟିଏ ବାଳକ ବଣରେ ବ୍ୟାଘ୍ରର ସମ୍ମୁଖୀନ ହେଲା । ଅସହାୟ ଅବସ୍ଥାରେ ସେ ସମସ୍ତଙ୍କର ସାହାଯ୍ୟ ଲୋଡାଥଲା । ସେ ଯେତେବେଳେ ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କଲା, ସେତେବେଳେ ଶ୍ରୋତାମାନେ ସେହି ଅନୁଭୂତି ଓ ଅଭିଜ୍ଞତା ଅନୁଭବ କଲେ । ସୁତରାଂ ତାହାର ବର୍ଣ୍ଣନା ଓ ପ୍ରକାଶ ଭଙ୍ଗୀ କଳା ଅଥବା ଶିଳ୍ପର ଅନ୍ତର୍ଗତ । ଜଣେ ବ୍ୟକ୍ତି ଆନନ୍ଦ, ହର୍ଷ, ସୁଖ ଦୁଃଖ ଅନୁଭବ କରିବା ମଧ୍ୟ କଳା ଓ ଶିଳ୍ପର ଅନ୍ତଗତ । ଅନୁଭୁତି ଓ ଆବେଗର ବିନିମୟ ମାନସିକ ରାଜ୍ୟରେ ହେଉଛି କଳାର ଆତ୍ମପ୍ରକାଶ । ସେହିପରି ଚିତ୍ରକରର ଯେକୌଣସି ଅଙ୍କନ ଶିଳ୍ପ ଓ କଳାର ପଦବାଚ୍ୟ । ସାହସ, ବୀରତ୍ଵ, ନୃତ୍ୟ ଗୀତ, ଆମୋଦ-ପ୍ରମୋଦ, ଏହା ସବୁ କଳା ଓ ଶିଳ୍ପ ସାହାଯ୍ୟରେ ପ୍ରକାଶିତ ହୋଇପାରେ । ଅନୁଭୁତି ହେଉଛି କଳା ଓ ଶିଳ୍ପର ପ୍ରାଣ । ସେ ମଧ୍ୟଯୁଗୀୟ କଳାକାର ହୋଇପାରେ କିମ୍ବବା ଆଧୁନିକ ଯୁଗର କବି ହୋଇପାରନ୍ତି । ସ୍ଥପତି, ଅଙ୍କନ, ସଙ୍ଗୀତ, କାବ୍ୟ-କବିତା, ଶିଳ୍ପ ଓ କଳାର ନାମଞ୍ଚର । ଏହି ଶିଳ୍ପ ଓ କଳା ଯେତେବେଳେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଆବଦ୍ଧ ରହିଲା, ସେତେବେଳେ ଏହା ଯେତେବେଳେ ବ୍ୟବସାୟରେ ପରିଣତ ହେଲା, ସେତେବେଳେ ଇଛୁକ ଥିବା ବ୍ୟକ୍ତିମାନଙ୍କୁ ଏଥିରେ ତାଲିମ୍ ଦିଆଗଲା । ତେଣୁ ବିଭିନ୍ନ ଅନୁଷ୍ଠାନ ମୁଣ୍ଡ ଟେକି ଉଠିଲା ।
ସ୍କୁଲମାନଙ୍କରେ କଳା ପାଠ୍ୟର ଅନ୍ତର୍ଗତ ହେଲା । କଳା ତେଣୁ କଳାକାରର ହୃଦୟର ଭାବକୁ ଅନ୍ୟମାନଙ୍କ ନିକଟରେ ଉଦ୍‌ଘାଟିତ କରି ଦେଇଥାଏ । ସାର୍ବଜନୀନ କଳାର ସୃଷ୍ଟି  ହୁଏ, ଯେତେବେଳେ ବ୍ୟକ୍ତି ଆବେଗର ସମ୍ମୁଖୀନ ହୋଇଥାଏ । ଧନିକ ଶ୍ରେଣୀର କଳା କିମ୍ବା ଶିଳ୍ପକଳାବିତର ଆବେଗ ଓ ପ୍ରାଣ ପ୍ରେରଣା ଦ୍ବାରା ଉଦ୍‌ବୋଧ ନୁହେଁ । ସେଥିପାଇଁ ସାମନ୍ତବାଦୀ ଗୋଷ୍ଠୀ ଆମୋଦ-ପ୍ରମୋଦ ନିମନ୍ତେ ନିରୀହ କଳାକାରକୁ ଅଗତ୍ୟା ନିଯୁକ୍ତ କରିଥାଏ । କିନ୍ତୁ ଏହା ଏକ କଠିନ କାର୍ଯ୍ୟ । ଐନିକ ଶ୍ରେଣୀର ଲୋକେ ଆଳସ୍ୟ ଓ ବିଳାସବ୍ୟସନରେ ରହି ସାମୟିକ ଆମୋଦ-ପ୍ରମୋଦ ପାଇଁ କଳା ପ୍ରତି ଆକୃଷ୍ଟ ହୁଅନ୍ତି । ନିମ୍ନ ଶ୍ରେଣୀର ବ୍ୟକ୍ତିମାନଙ୍କ ପକ୍ଷେ ଏହା କିନ୍ତୁ ଅସମ୍ଭବ । ? ଧନିକ ଗୋଷ୍ଠୀର ଚାହିଦା ମେଣ୍ଟାଇବା ପାଇଁ କଳାକାର କଳା ବା କଳାର ନକଲି ସଂସ୍କରଣ ପ୍ରସ୍ତୁତ କରିବାକୁ ବାଧ୍ୟ ହୁଏ । ସେ ଯେଉଁ ପଦ୍ଧତି ଓ ପ୍ରଣାଳୀ ଅନୁସରଣ କରେ, ତାହା ହେଉଛି ଅନୁକରଣ ସୁତ୍ରରେ ସମ୍ଭବ । ଅନେକ ସମୟରେ ବାଜିକରମାନେ ଯେଉଁ ଅସାଧ୍ୟ ସାଧନ କରନ୍ତି, ତାହା ଦେଖିଲେ ମନରେ ବିରକ୍ତି ଆସେ । ଛୋଟ ଛୋଟ ପିଲାମାନେ ନାଚ ତାମସାରେ ଭାଗ ନିଅନ୍ତି; ଅନେକ ଛାତ୍ର ନ ବୁଝି ବ୍ୟାକରଣ ମୁଖସ୍ଥ କରିପକାନ୍ତି । ଏତାଦୃଶ ବ୍ୟକ୍ତିମାନେ ଉଭୟ ଦୈହିକ ଓ ମାନସିକ ରାଜ୍ୟରେ ବିକୃତ ହୋଇଥାଆନ୍ତି । ସେମାନେ ମାନବର ଜନ୍ମଗତ ଅଧୁକାର ପ୍ରତି ବିସ୍ତୁତ ହିଇଥାନ୍ତି । ନିଜର ମାନସିକ ତୃପ୍ତି ପାଇଁ ନାନା ଉପାୟ ଅବଲମ୍ବନ କରନ୍ତି । ଯେଉଁ ବ୍ୟକ୍ତିମାନେ କଳା ଓ ଶିଳ୍ପ
ପାଇଁ ପଥଭ୍ରଷ୍ଟ ହୁଅନ୍ତି, ସାମାନେ କଳାର ଉନ୍ନତି ସାଧନ କରିବା ଦୂରେ ଥାଉ; ବରଂ କଳାର ଭୟଙ୍କର କ୍ଷତିସାଧନ କରନ୍ତି । ସେମାନେ ସ୍କୁଲରେ କଳା ସମ୍ପର୍କରେ ଯେଉଁ ତାଲିମ ପାଇଥାନ୍ତି, ତାହା ଭୁଲ ପ୍ରକୃତ କଳା କିମ୍ବା ଶିଳ୍ପ ଉତ୍ପାଦନ କରିବାରେ ଅକ୍ଷମ ହୁଅନ୍ତି । ଫଳରେ ସେମାନେ ଛଳନାର ଶିକାର ହୁଅନ୍ତି ।
କଳା କିମ୍ବା ଶିଳ୍ପର ଏକ ବିଶିଷ୍ଟ ଗୁଣ ହେଉଛି, ଏହା ଜନସମାଜକୁ ଏକତ୍ର ବାନ୍ଧ ରଖେ । ଆତ୍ମା-ରାଜ୍ୟରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ କଳା ମିଳନ ଓ ସମନ୍ବୟ ସାଧନ କରିଥାଏ । ତେଣୁ ମାନବ ମାନବ ମଧ୍ୟରେ କଳା ଏକତ୍ଵ ପ୍ରତିଷ୍ଠା କରିପାରେ । ପ୍ରାଚୀନ କାଳରେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବନ୍ଧନର ହେତୁ ଥିଲା ଧର୍ମ । ସେଥିପାଇଁ ଗୋଟିଏ ଗୋଟିଏ ଗୋଷ୍ଠୀ କିମ୍ବା ସଂପ୍ରଦାୟ ଧର୍ମକୁ ଆଶ୍ରୟ କରି ଏକତ୍ର ହେଉଥିଲେ । ସେତେବେଳେ କଳାର ଉଦ୍ଦେଶ୍ୟ ଥିଲା ବ୍ୟକ୍ତିଗତ
 ବୀରତ୍ବ ଓ କ୍ଷମତା । ସଂପ୍ରଦାୟର ଉନ୍ନତି ସେତେବେଳେ କଳାର ଲକ୍ଷ୍ୟ ଥିଲା ।
 ସମୟ କିନ୍ତୁ ବଦଳିଯାଇଛି । ଆଜି କଳା ସମଗ୍ର ମାନବ ସମାଜ ଏକତା ପାଇଁ ଇଙ୍ଗିତ ଦିଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଭାତୃତ୍ବ କଳାର ହେଉଛି ଏକ ବିଶିଷ୍ଟ ଧର୍ମ । ତେଣୁ ପ୍ରାଚୀନ କାଳରେ ଯେଉଁ ଉଦ୍ଦେଶ୍ୟ ଓ ଲକ୍ଷଣ ଥିଲା, ତାହା ଆଧୁନିକ କାଳରେ ପରିବର୍ତ୍ତିତ ହୋଇଯାଇଛି ।
ପୂର୍ବେ ବ୍ୟକିର ଅବେଗକୁ କଳା ଯେପରି ଭାବରେ ପ୍ରକାଶ କରୁଥିଲା, ବର୍ତ୍ତମାନ କାଳରେ ତାହା ସମ୍ଭବ ନୁହେଁ । ମଣିଷ ମଣିଷ ମଧ୍ୟରେ ଶତ୍ରୁତା ଅଛି, ମଣିଷ ମଣିଷ ମଧ୍ୟରେ ବିଚାରବୁଦ୍ଧି, ଆବେଗ ନେଇ ତାରତମ୍ୟ ଅଛି; କିନ୍ତୁ ସେମାନଙ୍କ ମଧ୍ୟରେ ଏହି ବ୍ୟବଧାନ କଳା ସାହାଯ୍ୟରେ ଦୂର ହୋଇପାରେ । ଗୋଟିଏ ଗୋଟିଏ ନାଟକ ଅଭିନୟ, ସଙ୍ଗୀତଚର୍ଚ୍ଚା ସେମାନଙ୍କୁ ମୁହୁର୍ଭକ ମଧ୍ୟରେ ଏକତ୍ ସୂତ୍ରରେ ବାନ୍ଧି ଦିଏ । ସେତେବେଳେ ଶତୃତା ପରିବର୍ତ୍ତେ ସେମାନଙ୍କ ମଧ୍ୟରେ ଜାତ ହୁଏ ବନ୍ଧୁତା ଓ ପ୍ରେମ । ପ୍ରତ୍ୟେକ ଆନନ୍ଦ ଅନୁଭବ କରନ୍ତି ଯେ, ଅନ୍ୟମାନେ ମଧ୍ୟ ସମାନ ପରିସ୍ଥିତିରେ ଆନନ୍ଦିତ ହେବେ । ସେମାନଙ୍କ ମଧ୍ୟରେ ଗୋଟିଏ ଦୁର୍ବୋଧ ରହସ୍ୟମୟ ସମ୍ପର୍କ ଆପେ ଆପେ ସ୍ଥାପିତ ହୋଇଥାଏ । ଅତୀତରେ ଯେଉଁମାନେ ସେହି ଆବେଗ ଦ୍ବାରା ପ୍ରଭାବିତ ହୋଇଥିଲେ, ଏବଂ ବର୍ତ୍ତମାନ କାଳରେ ଯେଉଁମାନେ ପ୍ରଭାବିତ ହେଉଛନ୍ତି, ସେମାନେ ସମସ୍ତେ ମାନସରାଜୟରେ ମିଳିତ ହୁଅନ୍ତି । ଏହିପରି ଅତୀତ ଓ ବର୍ତ୍ତମାନ ମଧ୍ୟରେ ବ୍ୟବଧାନ ଆଉ ରହେ ନାହିଁ । ଭଗବାନଙ୍କ ପ୍ରତି ପ୍ରେମ, ଭକ୍ତି ପ୍ରଦର୍ଶନ ଆବଶ୍ୟକ, ଏହି ଦୃଷ୍ଟିକୋଣରୁ ବିଚାର କରାଯିବା ଉଚିତ । ତାହାର ପ୍ରକାଶ କଳିଅର ଚରମ ସାର୍ଥକତା ।
କଳା ମଣିଷ ପ୍ରାଣର ଐଶ୍ଵରିକ ପ୍ରେମ ଓ ସହାନୁଭୁତି ମାଧ୍ୟମରେ ସମାଜରେ ବୃହତ୍ତର ଏକତା ସାଧନ କରେ । କିମ୍ବା ବ୍ୟକ୍ତି ହୃଦୟରେ ସେହି ଆବେଗ ଓ ଭାବ ଜାଗ୍ରତ କରାଏ, ଯାହା ଏକତ୍ଵସୂଚକ । କଳାକୁ ଦୁଇ ଭାଗରେ ଗୋଟିଏ ହେଉଛି ଧର୍ମଭାବାପନ୍ତି, ଅନ୍ୟଟି ହେଉଛି ସାଧାରଣ ସ୍ତର । ପ୍ରଥମଟି ମଣିଷର ଧର୍ମବିଶ୍ଵାସ ଅନୁଯାୟୀ ଯେଉଁ ଭାବ ଓ ଆବେଗ, ତାର ଉନ୍ମେଷ । ଦ୍ବିତୀୟ ହେଉଛି ସାଧାରଣ ଜନତା ପକ୍ଷରେ ଯେଉଁ ଭାବ ଓ ଆବେଗ ସମ୍ଭବ । ଏହି ଦୁଇ ଜାତୀୟ କଳା କିମ୍ବା ଶିଳ୍ପୀ ସ୍ଵୀକୃତି ବିଚାର କରାଯାଇପାରେ ।
ପ୍ରାଚୀନକାଳରେ ଧର୍ମଭାବାପନ କଳାର ଆଜି କୌଣସି ଅର୍ଥ ନାହିଁ । ଆଜି ସମୟ ଦୃଷ୍ଟିରେ ଏହା ପରିତ୍ୟାଜ୍ୟ । ପ୍ରାଚୀନ କାଳରେ ଧର୍ମଭାବ ଇଙ୍ଗିତ ଦେଉଥିଲା ଯେସମଗ୍ର ମନୁଷ୍ୟସମାଜର ଉଦେଶ୍ୟ ହେଉଛି ଏକତ୍ରୀକରଣ । ଆଧୁନିକ କାଳରେ ଏହି ତଥ୍ୟ ଏତେ ସ୍ପଷ୍ଟ ଯେ ମଣିଷ ଆଜି ସୌନ୍ଦର୍ଯ୍ୟର ମିଥ୍ୟା ତଥ୍ୟ ବା ଭ୍ରାନ୍ତିପୂର୍ଣ୍ଣ ତଥ୍ୟ ପରିତ୍ୟାଗ କରିବାକୁ ବାପ ହେଉଛି । କାରଣ ଏତଦ୍ବାରା କଳାର ଉଦ୍ଦେଶ୍ୟ ହେଉଛି ଆମୋଦ-ପ୍ରମୋଦ ବା ଭୋଗ-ବିଳାସ । ଏଥିପାଇଁ ଆଧୁନିକ ଯୁଗର କଳାର କଳାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଧର୍ମର ସମୀକ୍ଷା ଅନୁଯାୟୀ କଳା ନିୟନ୍ତ୍ରିତ ।
ପ୍ରକୃତ କଳା ଓ ନକଲି କଳା ମଧ୍ୟରେ ପ୍ରଭେଦ ଅନେକ । କଳାର ପ୍ରକୃତ ଭିଭି ହେଉଛି ଆବେଗପ୍ରବଣତା ଓ ଭାବପ୍ରବଣତା । ଅନେକ କଳାକାର ଓ ଚିତ୍ରକର ଜୀବନର ସ୍ଵାଭାବିକ ଆବେଗ ମଧ୍ୟ ଉପଲବ୍ଧ କରି ନ ଥାନ୍ତି । ସେମାନେ ସେଥିପାଇଁ ପ୍ରକୃତ କଳା ଓ ନକଲି କଳା ମଧ୍ୟରେ ବ୍ୟବଧାନ ଦେଖିପାରନ୍ତି ନାହିଁ ।
ସୌନ୍ଦର୍ଯ୍ୟ, ଶକ୍ତି ଓ ସାହାସ ଯେଉଁ ଆବେଗ ଦ୍ବାରା ଉଦ୍‌ଘଟିତ ହୁଏ, ତାହାହିଁ ହେଉଛି କଳା । ଅନ୍ୟ ଦିଗରେ ନୈରାଶ୍ୟ, ଯୌନ-ବିକାର ଶୀର୍ଷକ ଆବେଗ ଯାହାଦ୍ବାରା ପ୍ରକାଶ ପାଏ, ତାହା ସର୍ବଦା ନିନ୍ଦନୀୟ ଓ ଘୃଣିତ । ଭଗବାନଙ୍କ ପ୍ରତି ଭକ୍ତି ଓ ଆନୁଗତ୍ୟ ପ୍ରକାଶ କରୁଥିବା
ଆବେଗ କଳାର ରୂପାନ୍ତର । ଏହା ସମାଜରେ ଆଦୃତ ହେବା ସ୍ଥଳେ ପ୍ରତିମାପୂଜା ଶୀର୍ଷକ ଆବେଗ ସର୍ବଦା ନିନ୍ଦନୀୟ । ଏହିପରି ସଙ୍ଗୀତ, କବିତା, ନୃତ୍ୟ ଓ ଅଳଙ୍କରଣ ପ୍ରକୃତି ଚିହ୍ନିତ ଓ ଆଲୋଚିତ ହୋଇପାରୁ ନଥିଲା । କଳା ଏହିପରି ସର୍ବଦା ଓ ସବୁଠାରୁ ଅନୁଭୁତ ହୋଇଅଛି
ଏବଂ ଏହାର ସର୍ବଜନଗ୍ରାସି ଦୃଷ୍ଟି କୋଣ ଥିବାରୁ ଏହାକୁ ଉପଲବଧ କରିବା ଉଚିତ । କଳା ସମ୍ପର୍କରେ ଏହି ଦୃଷ୍ଟିକୋଣର ହେତୁ ହେଉଛି ମଣିଷ ପ୍ରକୃତିର ମୌଳିକ ଲଖଣ । କଳା କୌଣସି ହସ୍ତଶିଳ୍ପ ନୁହେଁ । ଏହା ହେଉଛି ଶିଳ୍ପୀର ଉପଲବ ଆବେଗର ରୁଚିସମ୍ମତ ପ୍ରକାଶ । ମଣିଷ ପ୍ରକୃତିର ମୌଳିକ ଲକ୍ଷଣରୁ ଶିଳ୍ପ ସମ୍ପର୍କୀୟ ଜ୍ଞାନ ଆରମ୍ଭ ହୁଏ । ଶିଳ୍ପୀ ଯାହା ଉପଲଧ କରେ, ତାହାକୁ ପ୍ରକାଶ କରେ । ଶିଳ୍ପୀ ଯେତେବେଳେ ପରିବେଷ୍ଟନୀର ପ୍ରଭାବରେ ଶୃଙ୍ଖଳିତ ଓ ଯଥାର୍ଥ ଆଚରଣ ଦେଖାଏ, ସେତେବେଳେ ତାହାର ମନରେ ବହୁ ଆବେଗ ସୃଷ୍ଟି ହୋଇଥାଏ । ବାସ୍ତବ ଅବସ୍ଥା ରହିଲେ ଶିଳ୍ପୀ ନିଜର ପ୍ରତିଭା ପ୍ରତି ନ୍ୟାୟ ବିଚାର କରିପାରେ । ସେ ଯେତେବେଳେ ବାସ୍ତବ ଜୀବନଠାରୁ ଦୂରେଇଯାଏ, ସେତେବେଳେ ଜୀବନର ପ୍ରକୃତ ଅବସ୍ଥା ଉପଲବଧ କରିବାରେ ଅକ୍ଷମ ହୁଏ । ସମାଜରୁ ସେ ବିଚ୍ଛିନ୍ନ ହୋଇଯାଏ । ତେଣୁ ତାହାର ଶିଳ୍ପ ବାସ୍ତବଧର୍ମୀ ନ ହୋଇ କୃତ୍ରିମତା-ପୀଡିତ ହୁଏ ।
ବିଳାସ ଓ ଆର୍ଥିକ ସ୍ୱଚ୍ଛଦ୍ୟ ତଥା ସ୍ବଚ୍ଛଳତା ଅପେକ୍ଷା ଶିଳ୍ପୀର ଅଧୁକ ଅନ୍ତରାୟ ଓ ପ୍ରତିବନ୍ଧକ ଥାଇ ନ ପାରେ । ବିଳାସ ଓ ସାମାଜିକ ନିରାପତ୍ତା ଜ୍ଞାନ ଓ ଆର୍ଥିକ ପ୍ରାଚୁର୍ଯ୍ୟ ଶିଳ୍ପୀର ସୃଷ୍ଟି କ୍ଷମତାକୁ ବ୍ୟାହତ କରେ । ତେଣୁ ଶିଳ୍ପୀ ମଣିଷର ପ୍ରକୃତ ଅଭିଜ୍ଞତା ଓ ଅନୁଭୁତି ସହ
ନିଜକୁ ଜଡିତ କରିବା ଉଚିତ ।
କସ୍ମିନ୍ ଅବସ୍ଥାରେ ସେ ନିଜକୁ ସମାଜରୁ ବିଚ୍ଛିନ୍ନ କରିବା ଉଚିତ ନୁହେଁ । ଜ୍ଞାନ ଓ ବିକାଶ ଫଳରେ ଜ୍ଞାନରାଜ୍ୟରେ ଯେପରି ବିବର୍ତ୍ତନ ସଙ୍ଘଟିତ ହେଉଅଛି, ଅନାବଶ୍ୟକ ଓ ବିଭ୍ରାନ୍ତିକର ଜ୍ଞାନର ପରିବର୍ତ୍ତନ ହେଉଛି, ଠିକ୍ ସେହିପରି ଅବେଗ ଓ ଭାବରାଜ୍ୟରେ ମଧ୍ୟ ବରାବର ବିବର୍ଭନ ଲାଗିରହିଛି । ଯାହା ଫଳରେ ନିଷ୍ଣୁର, କୁର ତଥା ଅନିଷ୍ଟକାରୀ ଭାବର
ମୂଳୋତ୍ପାଟନ ଘଟୁଅଛି । ଏହା କେବଳ ଶିଳ୍ପ ସହଯୋଗରେ ହିଁ ସମ୍ଭବ । ଶିଳ୍ପର ମଧ୍ୟ ଏହାହିଁ ଉଦ୍ଦେଶ୍ୟ ଏବଂ ଶିଳ୍ପ ଯେତେ ଅଧିକ ପରିମାଣରେ ଏ ଉଦ୍ଦେଶ୍ୟ ସାଧନ କରେ, ତାହା ସେହି ପରିମାଣରେ ଶକ୍ତିଶାଳୀ ଓ ଦୃଢ ହୁଏ । ଯଦି ମୌଳିକ ଉଦ୍ଦେଶ୍ୟ ସାଧନ କରିବାରେ କଳା ଅସମର୍ଥ ହୁଏ ତା ହେଲେ ତାହା ନିକୃଷ୍ଟ ଓ ଭ୍ରଷ୍ଟ ବୋଲି ଜାଣିବାକୁ ହେବ । ଯେଉଁସବୁ
ଆବେଗ ଓ ଭାବଦ୍ଵାରା ମଣିଷ ସମାଜର କଲ୍ୟାଣ ସମ୍ଭବ ହୁଏ, ତାହା ସମସାମୟିକ ଯୁଗର ଧର୍ମଗତ ଧାରଣା ଓ ନିର୍ଦ୍ଦେଶ ବୋଲି ଜାଣିବାକୁ ହେବ ।
 ପ୍ରତ୍ୟେକ ବାସ୍ତବ କଳା ହେଉଛି ଆମ୍ବାର ଅଭିବ୍ୟକ୍ତି । ପ୍ରତ୍ୟେକ କଳା ଆମଯାକୁ ତାର ଗଭୀର ଉପଲବଧ କରିବାରେ ସାହାଯ୍ୟ କରିବାରେ ସାହାଯ୍ୟ କରିଥାଏ । କେବଳ ଆଙ୍ଗିକ ନୁହେଁ, ଆମ୍ରିକ ବୈତିତ୍ୟ ମଧ୍ୟ କଳାର ପ୍ରକୃତ ମୂଲ୍ୟ । ପ୍ରକୃତ କଳା ଆନନ୍ଦ, ତୃପ୍ତି ଓ ସନ୍ତୋଷର ମାଧ୍ୟମ ହେବା ଉଚିତ।

Related Posts

About The Author

Add Comment