ନୟାଗଡ଼, ୯/୧/୨୦୨୦ (ସନ୍ଧାନ ନିୟୁଜ) ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଯଦୁମଣି କ୍ଲବ ମିଳିତ ଆନୁକୁଲ୍ୟରେ ଉତ୍କଳଘଣ୍ଟ ଯଦୁମଣୀଙ୍କ ଜୟନ୍ତି ବୁଧବାର ଅନୁଷ୍ଠିତ ହୋଇଯାଇଛି । ଇଟାମାଟି ପଂଚାୟତ କାର୍ଯ୍ୟାଳୟ ସାମନା ପଡ଼ିଆରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଯୋଗଦେଇ ଯଦୁମଣୀଙ୍କ ହାସ୍ୟ ରସ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମାହାପାତ୍ର, ଅଧ୍ୟାପକ ବିଜୟ କୁମାର ଚୈାଧୁରୀ, କେଳୁଚରଣ ମହାପାତ୍ର, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ନିର୍ମଳ ଚନ୍ଦ୍ର ଶୂରଦେଓ, ଅନୁବାଦ ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ଏବଂ ଇଟାମାଟି ସରପଂଚ ସୋନାଲିକା ମନ୍ଥନ, ସମିତି ସଭ୍ୟ ବବିତା ରାଣୀ ହେନା ଯୋଗ ଦେଇଥିଲେ । ଅତିଥିମାନେ ଯଦୁମଣୀଙ୍କର ବିଷୟରେ ବହୁ ଜଣାଶୁଣା କଥାକୁ ନେଇ ଆଲୋଚନା କରିବା ସହ ତାଙ୍କ ପାଇଁ ନୟାଗଡ଼ ମାଟି, ସଦା ସର୍ବଦା ଗର୍ବିତ ବୋଲି କହିଥିଲେ । ଏହି ଅବସରରେ ଏକ କବିତା ଆସର ଆୟୋଜିତ କରାଯାଇଥିବା ବେଳେ ଏଥିରେ ନୟାଗଡ଼ ଜିଲ୍ଲାର କବି ଓ ସାହିତ୍ୟିକମାନେ ଯୋଗଦେଇ କବିତା ପାଠ କରିଥିଲେ । ପଣ୍ଡିତ ଚନ୍ଦ୍ରମଣୀ ପ୍ରଧାନ ଏହି କବିତା ପାଠତ୍ସୋବରେ ସଭାପତିତ୍ୱ କରିଥିବା ଜଣାପଡ଼ିଛି । ଯଦୁମଣୀ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପ୍ରଧାନ ଏବଂ ସଂମ୍ପାଦକ ଫକିର ଚରଣ ବୈରୀଗଞ୍ଜନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୀତିକଳ୍ପ ହରିଶ୍ ପ୍ରଧାନ, ନାଟ୍ୟକାର ଦୁର୍ଗାକାନ୍ତ ଆଚାର୍ଯ୍ୟ ଏବଂ ସାମ୍ବାଦିକ ରାମକୃର୍ଷ୍ଣ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
ତାଜା ଖବର
- ତଳସରା ପଞ୍ଚାୟତରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
- ଅତିଥି ଅଧ୍ୟାପକଙ୍କ ମାର୍ଚ୍ଚ-ଏପ୍ରିଲ ପାରିଶ୍ରମିକ ଏଯାଏଁ ବକେୟା: ଉଚ୍ଚଶିକ୍ଷା ବିଭାଗର ସ୍ପଷ୍ଟୀକରଣ ଦାବି
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ଲୋକଙ୍କ ସରକାର ବୋଲାଉଥିବା ମୁଖ୍ୟମନ୍ତ୍ରୀ, ସାଧାରଣ ଜନତାଙ୍କ ପାଇଁ ସମୟ ନାହିଁ
- ସାର୍ବଜନୀନ ଦୁର୍ଗାପୂଜା ପୂର୍ବରୁ ଦର୍ଲିପାଲି ଚଢାଉରେ ବାଣ ସହ ଜଣେ ଅଟକ
- ବ୍ରାହ୍ମଣୀ ଉପରେ ସେତୁର ସ୍ୱପ୍ନକୁ ସରକାରୀ ମୋହର ୧୫୯. ୭୦ କୋଟି ବ୍ୟୟରେ ନିର୍ମାଣ ହେବ ୧୬୩୯.୯୨ ମିଟର ହାଇଲେଭେଲ ବ୍ରିଜ୍ ଧର୍ମଶାଳା–ସୁକିନ୍ଦା ମଧ୍ୟରେ ଯୋଗାଯୋଗ ହେବ ସୁଗମ, ଡଙ୍ଗା ଯାତ୍ରାରୁ ମିଳିବ ମୁକ୍ତି
- ଜିଲ୍ଲା ସ୍ତରୀୟ ଇଂରାଜୀ ଭାଷା ସମୃଦ୍ଧି ପାଠ୍ୟକ୍ରମ ପ୍ରଶିକ୍ଷଣ ଶିବିର ଉଦଯାପିତ
- ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି: ୨ଟି ବ୍ଲକର ୩୬ଟି ଗ୍ରାମ/ୱାର୍ଡ ପ୍ରଭାବିତ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ବାଲି ଶଙ୍କରା ପଞ୍ଚାୟତ ସମିତି ପକ୍ଷରୁ ଲୋକଙ୍କ ଟଙ୍କାରେ ଜଙ୍ଗଲରେ ତିଆରି ହେଉଛି ଦୋକାନ ଗୃହ



