ଗ୍ରୀଷ୍ମ ଯାଇ ବର୍ଷା ଆସିଲା, ଚାଷୀ ଙ୍କ ମନ ରେ ଖୁସି ର ଲହରି ଖେଳିଲା

Spread the love

ସୁନ୍ଦରଗଡ଼ ତା:୧୧-୦୭-୨୦୨୬ରିଖ (ସନ୍ଧାନ ନ୍ୟୁଜ )ପ୍ରବଳ ଗ୍ରୀଷ୍ମ ଯାଇ ବର୍ତମାନ ବର୍ଷା ଆସିଲା, ଚାଷୀ ଙ୍କ ମନ ରେ ଖୁସି ର ଲହରୀ ଖେଳି ଗଲା l ସୋସିଆଲ ମିଡ଼ିଆ ରେ ଏ ବର୍ଷ ର ବର୍ଷା ପାଣି କୁ ନେଇ ଅନେକ ପ୍ରକାର ଖବର ପ୍ରଚାର ହେଉଥିବା ବେଳେ ଲୋକେ ଏ ବର୍ଷ ର ବର୍ଷା କୁ ନେଇ ବେଶି ଚିନ୍ତିତ ଥିଲେ l ବର୍ତମାନ ବର୍ଷା ଆସିବାରୁ ଲୋକ ଙ୍କ ମନ ରେ ଖୁସି ର ଲହରୀ ଖେଳି ଯାଇଛି l ଲୋକେ ଚାଷ କାମ ରେ ମନ ଲଗାଇ ଫଳା ରୁଆ, ଧାନ ବୁଣା ଇତ୍ୟାଦି କାମ କରିବାରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି l ପାଣିପାଗ ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାରେ କମ ପରିମାଣ ର ବର୍ଷା ହେବା ର ସୂଚନା ରହିଛି l ଉତ୍ତର, ଦକ୍ଷିଣ ଓଡିଶା ରେ ମାଧ୍ୟମ ଧରଣ ବର୍ଷା ରହିବା ବେଳେ ପଶ୍ଚିମ ଓଡିଶା ରେ ନିମ୍ନମାନ ର ବର୍ଷା ହେବ ବୋଲି ଅନୁମାନ କରାଯାଉଛି l ପୂର୍ଵ ଓଡିଶା ରେ ସବୁଠୁ ଅଧିକ ବର୍ଷା ହେବା ର ଅନୁମାନ କରାଯାଇଛି l ଚାଷୀ ଏପରି ବର୍ଷା ଅନୁମାନ କରି ବର୍ଷା ଅନୁସାରେ ଚାଷ କରୁଛନ୍ତି l ପ୍ରତି ବର୍ଷ ଜୁନ ୧୫ତାରିଖ ପର୍ଯ୍ୟନ୍ତ ବର୍ଷା ହେଉଥିଲା କିନ୍ତୁ ଚଳିତ ବର୍ଷ ଜୁଲାଇ ୫ତାରିଖ ରୁ ବର୍ଷା ଆରମ୍ଭ ହୋଇଛି l

Related Posts

About The Author

Add Comment