କାଳବୈଶାଖୀ ଝଡ଼ରେ ଉଡିଲା ଘରର ଆଜବେଷ୍ଟସ, ଖପର ; ରାସ୍ତାରେ ଗଛର ଡାଳ ପଡି ଅବରୋଧ

Spread the love

ସୁନ୍ଦରଗଡ଼ ତା:୧୩/୫/୨୦୨୬ (ସନ୍ଧାନ ନ୍ୟୁଜ) ବାଲିଶଙ୍କରା ବ୍ଲକର ଦୁଇଟି ପଞ୍ଚାୟତ ତିଲଡେଗା ଓ ବନ୍ଧବାହାଲର ୧୦/୧୫ଟି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହୋଇଥିବା କାଳବୈଶାଖୀ ଝଡ଼ ତୋଫାନ ଓ କୁଆପଥର ମାଡ ହୋଇଛି | ରାସ୍ତା ଉପରେ ବଡ଼ବଡ଼ ଗଛ ପଡିଥିବାରୁ କେନ୍ଦୁଡ଼ିହି ଗ୍ରାମର ରାସ୍ତା ଅବରୋଧ ହୋଇଛି | କାଳବୈଶାଖୀ ଝଡ ତୋଫାନ ଯୋଗୁଁ ପେରୁଆଅଡା ଗ୍ରାମର କାଲିପଦ ଓରାମ, ମଣ୍ଟୁ ଓରାମ, ଝିନକୁ ଓରାମ, ଅଭିଷେକ ଓରାମ, ଦୁବରାଜ କୁଜୁର, ପୂର୍ଣ୍ଣ ଓରାମ, ବିଶାଳ ଓରାମ, କେନ୍ଦୁଡ଼ିହି ଗ୍ରାମର କୈଳାଶ କେର୍କେଟା, କିଶୋର ଓରାମ, ଦେବାଶିଶି ଓରାମ, ଘନଶ୍ୟାମ ଭୈସାଲ ଏପରି ଅନେକ ହିତାଧିକାରୀଙ୍କ ଘରର ଆଜବେଷ୍ଟସ, ଖପରକୁ ଉଡାଇ ତଳେ ପକାଇ ଦେଇଛି | ଅନେକ ହିତାଧିକାରୀଙ୍କ ପନିପରିବା ଚାଷ କୁଆପଥର ମାଡ଼ରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି | ବିଶେଷ କରି ଏହି ଦୁଇ ପଞ୍ଚାୟତବାସୀ ଚାଷ କାର୍ଯ୍ୟ କରିବା ସହିତ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳିଥାନ୍ତି | ମହୁଲ ଫଳ (ଟୋଲ), ସର୍ଗିଫୁଲ, ଆମ୍ବ ଟାକୁଆ ସଂଗ୍ରହ କରି ୪ ମାସ ପରିବାର ପରିପୋଷଣ ପାଇଁ ତେଲ ଲୁଣ କରିଥାନ୍ତି | ଅକାଳ କାଳବୈଶାଖୀ ଓ କୁଆପଥର ମାଡ ସାଙ୍ଗକୁ ଝଡ ତୋଫାନ ଯୋଗୁଁ ଅନେକ ପରିବାରଙ୍କ କ୍ଷତିଗ୍ରସ୍ତ ହୋଇଛି | ଏହି ଦୁଇ ପଞ୍ଚାୟତର ହିତାଧିକାରୀଙ୍କ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦୁଇ ପଞ୍ଚାୟତବାସୀ ଦାବି କରିଛନ୍ତି |

Related Posts

About The Author

Add Comment